(ଏକ) ରାତି ପାହି ନ ଥିଲା । ତଥାପି ମୋ ନିଦ ଭାଙ୍ଗି ଯାଇଥିଲା । ଦକ୍ଷିଣ ପାଖ ଝରକା ଫାଙ୍କ ଦ୍ବାରରେ ଶୁକ୍ଳପକ୍ଷ ଜହ୍ନ ଆଲୁଅର ସରୁ ରେଖା ଭିତରକୁ ପଶି ଆସି ପ୍ରୀତମର ମୁଖମଣ୍ଡଳ ଉପରେ ପଡ଼ୁଥିଲା । ଶୀତାଂଶୁଙ୍କ ଅବିକଳ୍ପ ପ୍ରତିବିମ୍ବ ନେଇ ଏ ଦୁନିଆକୁ ଆସିଛି ସେ । ଅନେକ ରାତିଯାଏଁ ତା'ର ଅସରନ୍ତି କଥା ସରି ନ ଥିଲା । ଛୋଟବେଳୁ ହିଁ ତା'ର ଶୋଇଲାବେଳେ ମୋ ପାଖରେ ବକର ବକର ହେବା ଅଭ୍ୟାସ ଥିଲା । ପ୍ରଥମେ ପ୍ରଥମେ ଶୀତାଂଶୁ ବିରକ୍ତ ହେଉଥିଲେ । କିନ୍ତୁ ପ୍ରୀତମର ଅଭ୍ୟାସ ବଦଳି ନ ଥିଲା । ଦିନସାରା ତା’ର ଦିନଚର୍ଯ୍ୟାକୁ ମାମା ପାଖରେ ନ ବାନ୍ତି କଲା ଯାଏଁ ତାକୁ ନିଦ ହେଉ ନ ଥିଲା । କୋଡ଼ପୋଛା ପୁଅର ଏହି ଅଭ୍ୟାସକୁ ଭାଙ୍ଗି ଦେବାକୁ ମୋର ଇଛା ହେଉ ନ ଥିଲା । ତେଣୁ ଶୀତାଂଶୁଙ୍କୁ ଆକଟ କରି କହୁଥୁଲି, “କହୁ, ନ କହିଲେ ତା’ ଭିତରେ ସେସବୁ ଘର କରିଦେବ । ତମେ ଶୋଇଯାଅ । ମୁଁ ତା' କଥା ବୁଝୁଛି ।” U ବାସ୍, ଶୀତାଂଶୁ ଚୁପ୍ ହୋଇଯାଇଥିଲେ ଏବଂ ପ୍ରୀତମର ଅଭ୍ୟାସରେ ପର ଲାଗିଯାଇଥିଲା । ରାତିରେ ଯେତେବେଳେ ସେ କହିଥିଲା, “ମାମା, ମୁଁ ତମ ପାଖରେ ଶୋଇବି ।” ତତ୍କ୍ଷଣାତ୍ ମୀନୁ ଝିଙ୍ଗାସି ଉଠିଲା, “ହଁ, ନ ଶୋଇଲେ ଆଉ ଗେହ୍ଲା ବୋଲି କେମିତି ଜଣା ପଡ଼ିବ?” ସାନ ବୋହୂ ଆକଟ କଲା, “ମାମା ଶୋଇବେ । ଜଲିଦି ଶଙ୍ଖନାଦ | ୩୭
ପୃଷ୍ଠା:Shankhanada.pdf/୩୮
ଦେଖଣା