Jump to content

ପୃଷ୍ଠା:Shankhanada.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଉଠିଲେ ସକାଳୁ ଅନେକ କାମ ଅଛି । ତମେ ଆଉ ବକର ବକର ହେବନି ।" ଆହା, ପ୍ରୀତମ ଟିକେ ହେଲେ ବି ବଦଳି ଥାଆନ୍ତା; “ମାମା, ଏଇଟା ହେଲା, ମାମା ସେଇଟା ହେଲା, ୟାକୁ ଏୟା କହିଲି, ତାକୁ ସେୟା କହିଲି, ମୁଁ ହେବାରୁ ତମ ବୋହୂକୁ ସମ୍ଭାଳିଛି, ବୁଝିଲ”, ଆଦି, ଆଦିର ଅନେକ ଅସରନ୍ତି ସମ୍ଭାର । ସାନ ବୋହୁକୁ ପ୍ରୀତମ ପାଇଁ ସମସ୍ତେ ପସନ୍ଦ କଲାପରେ ଏକୁଟିଆ ତାକୁ ଦେଖ୍ ପଚାରିଥିଲି, “ତା'ର ଟିକେ ଦୁର୍ବଳତା ଅଛି ଝିଅ, ରାତିରେ ଶୋଇଲାବେଳେ ଜଣକ ପାଖରେ ବକର ବକର ହେଲା ପରେ ହିଁ ସେ ଶୋଇପାରିବ । ତମେ ପାରିବ?” ସେ ସେତେବେଳେ କିଛି ଉତ୍ତର ଦେଇ ପାରି ନ ଥିଲା । କିନ୍ତୁ ତା'ର ଚାହାଣୀରେ ସମ୍ମତି ସୂଚକ ଇଙ୍ଗିତ ଦେଖାଦେଇଥିଲା । ବଦରାଗୀ ହେଲେ ବି ପ୍ରୀତମର ଏଇ ଅଭ୍ୟାସଟିକୁ ଆପଣେଇ ଥ‌ିବାରୁ, ସାନ ବୋହୂ ଉପରେ ସହଜରେ ମୁଁ ଖପ୍ପା ହୋଇପାରୁ ନଥୁଲି । ଏମିତି ହିଁ ଏକ ଶରତର ପାହାନ୍ତି ପହରେ ଅଷ୍ଟମୀ ପୂଜା ପାଇଁ ଯେତେବେଳେ ଘରେ ସବୁ ପିଲାଏ ଜମା ହୋଇଥିଲେ, ଶୀତାଂଶୁଙ୍କ କ୍ଷୀଣ ଚିତ୍କାର ଶୁଣି ମୋ ନିଦ ଭାଙ୍ଗି ଯାଇଥିଲା । ଶୀତାଂଶୁ ଛାତିକୁ ଧରି ଛାଟିପିଟି ହେଉଥିଲେ । ସାଙ୍ଗେ ସାଙ୍ଗେ ପାଣି ଦେଇଥୁଲି । ଅଧା ବୋତଲର ଆଣ୍ଟାସିଡ୍ ତାଙ୍କ ପାଟିରେ ଢାଳିଦେଇଥୁଲି । କିଛି ଲାଭ ମିଳି ନ ଥିଲା । ବାପା ପାଖରେ ଶୋଇଥିବା ପ୍ରୀତମ ବି ଉଠିପଡ଼ିଥିଲା । ଚିତ୍କାର କରି ସେ ଉପର ଘରେ ଶୋଇଥ‌ିବା ତା' ବଡ଼ ଭାଇକୁ ଡାକି ସାରିଥ୍‌ଲା । ଆମ୍ବୁଲାନ୍ସରେ ଶୀତାଂଶୁଙ୍କୁ ଧରି ଡାକ୍ତରଖାନା ନିଆ ଯାଇଥିଲା । ସେ ରାତି ଶୀତାଂଶୁଙ୍କ ପାଖରେ ଆମ ମାଆପୁଅ ଦୁହିଁଙ୍କ ଶେଷ ଶୋଇବା ଥିଲା । ସକାଳ ସୂର୍ଯ୍ୟଙ୍କ ୩୮ ଶଙ୍ଖନାଦ