ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ପହିଲି କିରଣ ଆମ ମାଟିରେ ସ୍ପର୍ଶ କଲା ପୂର୍ବରୁ ହିଁ ମୃତ୍ୟୁର କରାଳ ଲହରୀ ଭାଙ୍ଗିବାକୁ ଶୀତାଂଶୁ ଶରୀର ତ୍ୟାଗ କରି ସାରିଥିଲେ । ଚଉରାଳିଶି ବର୍ଷର ମୋ ବୈବାହିକ ଜୀବନରେ ଶୀତାଂଶୁ ରୂପକ ପକ୍ଷ ହଠାତ୍ କଟିଯାଇ ମୋ ଜୀବନ ଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ବାହାରେ ଦୂର କେଉଁ ମନ୍ଦିରରେ ଶଂଖ ଓ ଘଣ୍ଟା ଧ୍ବନିର ଶବ୍ଦ ଶୁଣା ଯାଉଥିଲା । ପ୍ରୀତମର ଉପରେ ପଡ଼ିଥିବା କ୍ଷୀଣ ପାହାନ୍ତି ଆଲୁଅ ଉପରୁ ଦୃଷ୍ଟି ଫେରାଇ ଆଣି ଉଠି ବସିଲି । ମୋତେ ଯେ ନିଜକୁ ନିଜେ ସମ୍ଭାଳିବାକୁ ହେବ, ନିଜେ ଉଠି ସାରି ମୁରବୀ ସାଜି ସମସ୍ତଙ୍କୁ ଉଠେଇବାକୁ ପଡ଼ିବ । ପ୍ରଦୀପ ଓ ତା’ ସ୍ତ୍ରୀ, ଅନୀତା ଓ ତା' ସ୍ବାମୀ ସକାଳ ଗାଡ଼ିରେ ଆସିବେ । ରାତି ପାହିଲେ ଶୀତାଂଶୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଶଙ୍ଖନାଦ। ୩୯