(ଦୁଇ) ଦିନେ ସନ୍ଧ୍ୟାରେ ଦୀର୍ଘ ୩୦ ବର୍ଷ ଧରି ରହୁଥିବା ସେହି ପୁରୁଣା ଜୀର୍ଷ-ଶୀର୍ଷ ସରକାରୀ ଘରକୁ ଫେରିଲା ପରେ ଚାହା ପିଉ ପିଉ ଶୀତାଂଶୁ କହିଥିଲେ, “କୁସୁମ, ଗାଁରୁ ଆସି ଭୁବନେଶ୍ବରରେ କଣ୍ଟ୍ରାକ୍ଟରି କରୁଥିବା ମୋର ସାଙ୍ଗ ପ୍ରଫୁଲ୍ଲ କଥା ତମର ମନେ ଅଛି?” ହଁ, ମନେ ନ ଥୁବ କେମିତି? ପ୍ରଦୀପ ଓ ଅନୀତାର ବାହାଘର ଗୋଟିଏ ଦିନରେ ହିଁ ହୋଇଥିଲା । ତା’ ପରେ ପରେ ଦିନେ ଆମ ସରକାରୀ କ୍ୱାର୍ଟରରେ ଗୋଟିଏ ଦମ୍ପତ୍ତି ପେଢ଼ି ପୁଟୁଳି ଧରି ଆସି ପହଞ୍ଚି ଯାଇଥିଲେ । ମୋ ଦେହରେ ଯେମିତି କିଏ ନିଆଁ ଲଗେଇ ଦେଇଥିଲା । ପାଞ୍ଚ-ପାଞ୍ଚଟା ପିଲା ଧରି ରାଜଧାନୀ ଭଳି ଜାଗାରେ ଚଳ । ପୁଣି ଗାଁରୁ ସାଙ୍ଗ-ସାଥୀ ! ବହୁତ ସମୟ ଧରି ଭିତର ଘରୁ ମୁଁ ବାହାରି ନ ଥିଲି । କାକୁତି ମିନତି କରି ଶୀତାଂଶୁ ମୋତେ ବାହାରକୁ ଧରି ଆଣିଥିଲେ । “କୁସୁମ, ମୋ ସାଙ୍ଗ ପ୍ରଫୁଲ୍ଲ । ଇଏ ତା' ସ୍ତ୍ରୀ ।” ଜର୍ଜରିତ କ୍ରୋଧର ଆବରଣରୁ ବାହାରି ଆସି ସାରିଥିଲେ ମଧ୍ୟ ମୁଁ ତାଙ୍କ ସ୍ତ୍ରୀଙ୍କୁ ଭଲ ଭାବେ ଚାହିଁ ପାରି ନଥୁଲି । ୧୫ ଦିନ ଆମ ଘରେ ରହିଲାପରେ ଭଡ଼ା ଘର ଦେଖ୍ ବରମୁଣ୍ଡା ଗାଁ ଭିତରକୁ ସେମାନେ ଚାଲି ଯାଇଥିଲେ । ପ୍ରଫୁଲ୍ଲଙ୍କ ସ୍ତ୍ରୀ ବହୁତ ଆମାୟିକ ମହିଳା ଥିଲେ । ଆମ ଘରେ ଥିଲା ଯାକ ମୋ ଘରର ସବୁ କାମତକ ନିଜ ହାତକୁ ନେଇଯାଇଥିଲେ । ଗୀତୁ, ମୀନୁ, ପ୍ରୀତମର ଜଞ୍ଜାଳ ନିଜ ଛୁଆମାନଙ୍କ ଭଳି ନେଇଥିଲେ । “ନିଜର କିଛି ଠିକଣା ଥିଲେ 80 ଶଙ୍ଖନାଦ
ପୃଷ୍ଠା:Shankhanada.pdf/୪୧
ଦେଖଣା