Jump to content

ପୃଷ୍ଠା:Shankhanada.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସିନା ଅପା, ପିଲାଙ୍କୁ ଏଇଠିକୁ ଆଣିବି । ନ ହେଲେ ପିଲାଙ୍କୁ ଏକୁଟିଆ କ'ଣ ଗାଆଁରେ ୟା ତା' ପାଖରେ ସବୁଦିନ ଛାଡ଼ି ହେବ?” ଶୀତାଂଶୁ ସେହି ପ୍ରଫୁଲ୍ଲଙ୍କ କଥା କହୁଥିଲେ । ଅନେକ ଦିନ ହେଲା ସେମାନଙ୍କ ସହ ସାକ୍ଷାତ ହୋଇ ନ ଥିଲା । “ପ୍ରଫୁଲ୍ଲ ଆଜି ଅଫିସ ଆସିଥିଲା । ଗାଡକଣାରେ ସେ ପ୍ଳଟିଙ୍ଗ୍ କରୁଛି । ଆମ ଅଫିସର ସମସ୍ତେ ସେଇଠି ଜାଗା କିଣୁଛନ୍ତି । ମୋତେ ପଚାରୁଥିଲା ।” “ତମେ କ'ଣ କହିଲ?” “କ’ଣ ଆଉ କହିଥାନ୍ତି? ଆମ ପାଖରେ କ'ଣ ଅଛି ଯେ ତାକୁ କହିବି କିଣିବି ବୋଲି । ଚୁପ୍ ରହିଲି । ସେ ହିଁ କହିଲା, “କିଣି ଦେ, ଯେବେ ସୁବିଧା ହେବ ପଇସା ଦେବୁ ।” ପ୍ରଦୀପର ଗୋଟିଏ ପୁଅ, ଅନୀତାର ଗୋଟିଏ ଝିଅ, ଗୀତୁର ଗୋଟିଏ ଝିଅ, ମୀନୁ, ପ୍ରୀତମର ଛୁଆ ନ ଥିଲେ । ହେଲେ ସେମାନଙ୍କ ମାଆ ପାଞ୍ଚଗୋଟି ଛୁଆ ଜନ୍ମ କରିଥିଲା, ତାହା ପୁଣି ପ୍ରଥମ ଓ ଶେଷ ମଝିରେ ୧୬ ବର୍ଷର ପ୍ରଭେଦ ନେଇ । ପ୍ରୀତମ ଜନ୍ମ ବେଳେ ପ୍ରଦୀପ କଲେଜରେ ଏବଂ ଅନୀତା ସ୍କୁଲରେ ପଢୁଥିଲେ । ପାଞ୍ଚ-ପାଞ୍ଚଗୋଟି ପିଲାଙ୍କୁ ଧରି ରାଜଧାନୀର ଦ୍ରୁତ ପରିବର୍ତ୍ତନଶୀଳ ପରିବେଶରେ ପରିସ୍ଥିତିର ସମ୍ମୁଖୀନ କରାଇବାରେ ଶୀତାଂଶୁ ସିଦ୍ଧହସ୍ତ ଥିଲେ । ଶାଶୁ, ଶ୍ବଶୁରଙ୍କ ମୃତ୍ୟୁ ପରେ ଗାଆଁ ଘର ଏବଂ ବିଲବାଡ଼ି ବିକ୍ରି କରି ପିଲାଙ୍କୁ ମଣିଷ କରିବାକୁ ଶୀତାଂଶୁ ନିଜର ପାରିଲା ପଣ ସାରି ଦେଇଥିଲେ । ତା’ ଭିତରେ ଭୁବନେଶ୍ବରରେ ନିଜ ଘର କରି ରହିବାର ସ୍ବପ୍ନ ହିଁ ଆମେ କେବେ ଦେଖି ନଥିଲୁ । ତଥାପି ପ୍ରଫୁଲ୍ଲଙ୍କ ସାହାଯ୍ୟରେ ଜାଗା କିଣାଗଲା । ଶଙ୍ଖନାଦ | ୪୧