ଘର ପ୍ରତିଷ୍ଠା ଦିନ ତାଙ୍କ ସ୍ତ୍ରୀ ମୋତେ ପଚାରିଥିଲେ, “ଅପା, ମୀନୁକୁ ମୋ ପୁଅ ପାଇଁ ଦେବ?” ଭୁବନେଶ୍ବରରେ ଆମ ଘରେ ରହିଲା ଦିନରୁ ମୀନୁ ପାଇଁ ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ ଦୁର୍ବଳତା ଥିଲା, ମୁଁ ଜାଣି ଥିଲି । କିନ୍ତୁ ତାକୁ ତାଙ୍କ ସମ୍ପର୍କରେ ଢାଳିବାକୁ ଯେ ସେ ମନରେ ଧରି ବସିଥିଲେ, ତାହା ମୋ ଧ୍ୟାନ ବାହାରେ ଥିଲା । ମୀନୁକୁ ପଚାରିଥିଲି । ମୀନୁ ମୌନ ରହିଥିଲା । ଅଧ୍ଵକନ୍ତୁ, ଶୀତାଂଶୁଙ୍କୁ ରାଜି କରାଇବାକୁ ମୋତେ ସମୟ ଲାଗିଥିଲା । ମୀନୁ ପାଇଁ ବଡ଼ ଚାକିରିଆ ଖୋଜୁଥିଲେ ସେ । କିଛିଦିନ ଚୁପ୍ ରହିବା ପରେ ଆମେ ହଁ, ହାଁ କରିଥିଲୁ । ମୀନୁର ବାହାଘର ପ୍ରଫୁଲ୍ଲଙ୍କ ଏକମାତ୍ର ପୁଅ ସହ ସମ୍ପନ୍ନ ହୋଇଥିଲା । ପ୍ରଫୁଲ୍ଲଙ୍କ ପରିବାରର ଆକାର ଆମ ଭଳି ବଡ଼ ନ ଥିଲା । ଝିଅର ବାହାଘର ସାରି ଦେଇଥିଲେ । କିନ୍ତୁ ଗ୍ରାଜୁଏଟ୍ ପରେ ପ୍ରଫୁଲ୍ଲ ତାଙ୍କ ପୁଅକୁ ସ୍କଟିଙ୍ଗ୍, କଣ୍ଟ୍ରାକ୍ଟରି ରାସ୍ତାରେ ନେଇ ଯାଇଥିଲେ । ଗାଁରୁ କିଛି ନ ଆଣି ଭୁବନେଶ୍ବରରେ ସେ ଅନେକ ସମ୍ପତ୍ତିର ମାଲିକ ହୋଇପାରିଥିଲେ । ମୋଟ ଉପରେ ଆମେ ପ୍ରଫୁଲ୍ଲଙ୍କ ଋଣୀ ଥିଲୁ । କନ୍ୟାଦାନ ପରେ ବି ସେ ଋଣରେ ଅନ୍ତ ଆସି ନ ଥିଲା । ଅବସର ନେଲା ପରେ ଶୀତାଂଶୁଙ୍କୁ ଯେତେ ଟଙ୍କା ମିଳିଥିଲା, ତାକୁ ଲଗେଇ ମୀନୁର ସ୍ବାମୀ ଆମ ପାଇଁ ଏହି ଘରଟିକୁ ଅତି ସୁନ୍ଦର ଭାବରେ ସେହି ଜାଗାରେ କରିଦେଲେ, ଯାହାକୁ ତାଙ୍କ ବାପା ଆମ ପାଇଁ କିଣେଇ ଦେଇଥିଲେ । ପ୍ରଦୀପ କହିଥିଲା, “ତମ ଟଙ୍କା ଥାଉ ବାପା, ମୁଁ ଘର ତିଆରି କରେଇ ଦେବି ।" ଶୀତାଂଶୁ କିଛି ଶୁଣି ନ ଥିଲେ, “ମୋ ଟଙ୍କାରେ କରି ଦେଉଛି । ଦରକାର ବେଳେ ତୁ ନ ଦେଲେ ଦେବ କିଏ? ଏବେ ଦରକାର ନାହିଁ ।” ୪୨ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୪୩
ଦେଖଣା