Jump to content

ପୃଷ୍ଠା:Shankhanada.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶୀତାଂଶୁ ଅନେକ ସମୟରେ ବିଳିବିଳେଇ ଥା'ନ୍ତି, “ପ୍ରଦୀପ, ତା' ସ୍ତ୍ରୀ ଆସିଲେ ଉପରେ ରହିବେ; ଅନୀତା, ଗୀତୁ, ମୀନୁ ଆସିଲେ ପଛ ପାଖ ରୁମ୍‌ରେ, ପ୍ରୀତମ ଆସିଲେ ମୋ ପାଖରେ । ମୁଁ ପଚାରେ, “ଆଉ ପ୍ରୀତମର ସ୍ତ୍ରୀ? ପିଲାମାନଙ୍କର ପିଲାଏ? ଭୁଲିଗଲ?" “ଓ ହୋ, ତା’ ହେଲେ ଉପରେ ଆହୁରି ଦୁଇଟା ରୁମ୍ ଦରକାର ।” ମୀନୁର ସ୍ବାମୀ ହସନ୍ତି, “ବାବା, ସମସ୍ତେ ଏଇଠି କ'ଣ ସବୁଦିନ ରହିବେ? ହଁ, ମୋର ମିନୁର କଥା ଅବଶ୍ୟ ଭିନ୍ନ ।” ପାଖରେ ଠିଆ ହୋଇଥ‌ିବା ପ୍ରୀତମ ଆପତ୍ତି ଜଣାଏ, “ଭୁଲ କଥା ଭାଇ, ମୁଁ କୁଆଡ଼େ ଗଲି? ମୋର ଭୁବନେଶ୍ବର ଆସିବାର ଚାନ୍ସ ଅଧିକ, ଏ କଥା ଜାଣିଛ ତ?” ଭୁବନେଶ୍ବର ନୁହଁ, ବରଂ ପ୍ରୀତମର ବଦଳି ଚେନ୍ନାଇରୁ ଆସାମର ହାଇଡ୍ରୋ ପାୱାର ପ୍ରୋଜେକ୍ଟସ୍‌କୁ ହୋଇଯାଇଥିଲା । ଶୀତାଂଶୁ ତାକୁ ହସି ହସି ଫୋନ୍ କରିଥିଲେ, "ଦେଖୁଲୁ, ଭାଇନା ସହ ଯୁଦ୍ଧ କରୁଥିଲୁ!” ଘର ତିଆରି ପରେ ପରେ ପ୍ରୀତମର ବାହାଘର । ତା' ପରେ ଏଠାରେ ମୁଁ ଶୀତାଂଶୁଙ୍କ ସହ ତିନିଟା ସମ୍ପୂର୍ଣ୍ଣ ବର୍ଷ ମଧ୍ଯ କଟେଇ ପାରି ନ ଥିଲି । ଆଶ୍ବିନ- ଜ୍ୟୋତ୍ସ୍ନା- ବିଛୁରିତ ମେଘଶୂନ୍ୟ ଆକାଶରେ କଳ୍ପନା ସେପାଖ ଅମା ଅନ୍ଧାରୁଆ ଅନ୍ଧ ତମସର ବାସ୍ତବତା ମୋ ପାଇଁ ଅତି ଅସହନୀୟ ଥିଲା । ଶୀତାଂଶୁ ଆଉ ନାହାନ୍ତି ମୋତେ ଚଳେଇ ନେବା ପାଇଁ, ମୋ ମନ ଅଗଣାର ସପନର ଢେଉକୁ ସମତୁଲ କରି ବାସ୍ତବର ଦୁନିଆକୁ ଫେରେଇ ଆଣିବା ପାଇଁ । ମୋ ଶଙ୍ଖନାଦ| ୪୩