(ତିନି) ଶୀତାଂଶୁଙ୍କ ମୃତ୍ୟୁ ପରେ ମୋତେ ପ୍ରଫୁଲ୍ଲଙ୍କ ପରିବାର ଉପରେ ଅଧ୍ବକ ନିର୍ଭର ରହିବାକୁ ପଡୁଥିଲା । ମୀନୁ ଯେଉଁଭଳି ତା’ ଶାଶୁଘର ଆଉ ଆମ ଘରର କାମ ମଧ୍ୟରେ ସାମଞ୍ଜସ୍ୟ ରଖ୍ ଚାଲିଥିଲା, ତାକୁ ନେଇ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଦିନେ ଇଙ୍ଗିତରେ ମଧ୍ୟ ନିଜ ବିରକ୍ତି ଭାବ ସୂଚାଇ ନାହାନ୍ତି । ତା’ ସ୍ବାମୀ ମଧ୍ୟ ତଦ୍ରୁପ ଥିଲେ । ଶୀତାଂଶୁଙ୍କ ମୃତ୍ୟୁର ଚଉଦଦିନି ଦିନ ପ୍ରଦୀପ ଓ ଅନୀତା, ସତରଦିନି ଦିନ ଗୀତୁ, କୋଡ଼ିଏଦିନି ଦିନ ପ୍ରୀତମ ଓ ସାନ ବୋହୂର ବିଦା କେବଳ ମୀନୁ ଓ ତା ସ୍ବାମୀଙ୍କ ଉପସ୍ଥିତି ଯୋଗୁଁ ହିଁ ମୁଁ ସହ୍ୟ କରି ପାରିଥିଲି । ପ୍ରଦୀପ ଡାକିଥିଲା, “ମାମା, ଆମ ପାଖକୁ ଆସି ଯାଅ ।” ସାନ ବୋହୂ ଧରି ବସିଥିଲା ସେମାନଙ୍କ ସହ ମୋତେ ନେଇଯିବା ପାଇଁ, ମୋର ଇଛା ହୋଇ ନ ଥିଲା । ଘରର ମୂଳଦୁଆ ପଥରଠୁ ଆରମ୍ଭ କରି ଶେଷ ରଙ୍ଗ କାମଯାଏଁ ଗୋଟି ଗୋଟି କରି ଶୀତାଂଶୁ ନିଜ ହିସାବରେ, ପସନ୍ଦରେ ତିଆରି କରିଥିଲେ । ତାଙ୍କ ଅନୁପସ୍ଥିତି, ପ୍ରତି ମୁହୁର୍ଭର ସ୍ମୃତି ମୋ ମନ ଅଗଣାର ନିର୍ଜନତାରେ ହିଲ୍ଲୋଳିତ ହୋଇ ଉଠିଥିଲା । ତୋଫାନ ପରେ ପରେ ବାୟା ଚଢ଼େଇର ବସାକୁ ପ୍ରାଣହୀନ ଶୂନ୍ୟତା ଭିତରେ ଛାଡ଼ିଦେବା ମୋ ପକ୍ଷେ କାଠିକର ହୋଇଥିଲା । ଶୀତାଂଶୁ କହୁଥିଲେ, “ଜାଣିଛ କୁସୁମ, ଆଉ ଦୁଇ ବର୍ଷ । ତା' ପରେ ଯଦି ମୋର କିଛି କ'ଣ ହୋଇଯାଏ, ତମେ ଫେମିଲି- ଶଙ୍ଖନାଦ ୪୫
ପୃଷ୍ଠା:Shankhanada.pdf/୪୬
ଦେଖଣା