Jump to content

ପୃଷ୍ଠା:Shankhanada.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପେନ୍‌ସନ୍‌ ପାଇବ । ତା' ଆଗରୁ କିନ୍ତୁ ମୋ ପେନ୍‌ସନ୍ ତମକୁ ମିଳିବ ।” ସେହି କଥା ହିଁ ହେଲା । ତାଙ୍କର ପେନ୍‌ସନ୍‌ ଟଙ୍କା ପାରିବାରିକ ପେନ୍‌ସନ୍‌ରେ ପରିଣତ ହେଲା ପୂର୍ବରୁ ହିଁ ସେ ସଂସାର ଛାଡ଼ି ଚାଲିଗଲେ । କିଛିଦିନଯାଏଁ ତାଙ୍କ ପୂରା ପେନସନ୍ ପାଇବାର ମୁଁ ହଦାର ହେବି ଏୟା ଭାବି, ମନକୁ ଶକ୍ତ କରି, ଏକୁଟିଆ ରହିବାର ମାନସିକତା ନେଇ ମୁଁ ସ୍ଥିର କରିଥିଲି, ମୁଁ ଆଉ କୁଆଡ଼େ ଯିବିନି । ବରଂ, ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପରେ ତଳଟା ଭଡ଼ାରେ ଲଗେଇ ଉପରେ ମୁଁ ରହିବି । ଯେଉଁ ଆବେଗ, ବିଶ୍ବାସର ଛତ୍ରଛାୟା ତଳେ ଚାଳିଶି ବର୍ଷ କାଳ କଟେଇଲି, ତା'ର ଆଶ୍ରା କ'ଣ ଏତେ ସହଜରେ ଛାଡ଼ି ହେବ? ସକାଳୁ ସକାଳୁ ଅନୀତା ଓ ତା’ ସ୍ବାମୀ ଏବଂ ପ୍ରଦୀପ ଓ ତା' ସ୍ତ୍ରୀଙ୍କୁ ଷ୍ଟେସନରୁ ମୀନୁର ସ୍ବାମୀ କାରରେ ଧରି ଆଣି ଆସିଥିଲେ । ଘରେ ଗହଳ ଚହଳ ଆରମ୍ଭ ହୋଇ ଯାଇଥିଲା । ପ୍ରୀତମର ସ୍ତ୍ରୀର ଆଗୁଆ ପଣ ସ୍ପଷ୍ଟ ବାରି ହୋଇ ଯାଉଥିଲା । ରୋଷେଇ ଘରୁ ତା'ର ପାଟି ଶୁଭିଲା, “ମାମା, କୋଉଠି ଅଛ, ଆସ ହାଣ୍ଡି ବନ୍ଦାଣ ହେବ ।” ମୁଁ ବାହାରେ ହିଁ ରହି କହିଲି, “ବନ୍ଦାଣ ସାରିଦିଅ । ରନ୍ଧା ଏବେ ଆରମ୍ଭ କଲେ ଦ୍ବିପଦର ହୋଇଯିବ । ପୁରୋହିତ ଆସିଲା ବେଳକୁ ସରିଥିଲେ ହେବ ନା ।” ମୀନୁ ପାଟି କଲା, “ମାମା, ଭିତରକୁ ଆସ । ମିଶି କି ସାରିଦେବା ।” ଥିଲେ । ରୋଷେଇ ଘର ଭିତରେ ଭାଉଜ-ନଣନ୍ଦ ପାଞ୍ଚ ଜଣ ଯାକ ୪୬ ଶଙ୍ଖନାଦ