Jump to content

ପୃଷ୍ଠା:Shankhanada.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

“ମୁଁ ମିଶିଲେ ଛଅ ହେବ । ମୋତେ ଆଉ ମିଶା ନା ।” ମୁଁ ଇଛାକୃତ ଉପେକ୍ଷା କଲି । ଭରାପୂରା ପରିବାର ମୋର, ଘରେ ଭଲମନ୍ଦ କାମରେ ଏଣିକି ତମେମାନେ କର । ମାମାକୁ ଆଉ ସେ ଭିତରେ ପୁରାଅନି । ଏଇ ବିଧବାର ସେଇଠି କ'ଣ କାମ? ଶୀତାଂଶୁଙ୍କ ଶ୍ରାଦ୍ଧ-ବାର୍ଷିକୀ ପାଇଁ ମୁଁ ସାନ ଭଉଣୀ ମାନି ପାଖକୁ ଫୋନ୍ କରି ନିମନ୍ତ୍ରଣ ଦେଲାବେଳେ ସେ କହିଥିଲା, “ଅପା, ଗଲାବର୍ଷ ମୁଁ ଜାଣି ଜାଣି କହି ନଥୁଲି । କାର୍ତିକ ଆଗରୁ ହିଁ ଭାଇନାଙ୍କ କାଳ ହୋଇଥିଲା ନା । ୟାଙ୍କର ପୁରୀରେ ପୂରା ଚିହ୍ନା ଅଛନ୍ତି । ଏ ବର୍ଷ କିନ୍ତୁ କହିବୁ । ଆଗରୁ କାର୍ତ୍ତିକ ପାଇଁ ଭଲ ରୁମ୍ ରହେବ ।” ମୁଁ ବାହାହେଲା ବେଳେ ମାନି ଛୋଟ ପିଲାଟାଏ ଥିଲା । ନିଜ ପରିବାର କଥା ବୁଝୁବୁଝୁ ମାନି ଯେ ବଡ଼ ହେଇ ସାରିଛି, ବାହା ହୋଇ ଘର ସଂସାର କରିଛି, ଅପା କଥା ବୁଝିବାକୁ ସକ୍ଷମ ହେଇ ପାରିଛି, ଶୀତାଂଶୁଙ୍କ ମୃତ୍ୟୁ ପରେ ହିଁ ମୋର ହୃଦ୍‌ବୋଧ ହୋଇଥିଲା । ପୁରୀ ଯାଇ ବଡି ଭୋର୍‌ରୁ ଉଠି ମାର୍କଣ୍ଡର ଗୋଳିଆ ପାଣିରେ ମୁଣ୍ଡ ଧୋଇ ବୈଧବ୍ୟର ଯନ୍ତ୍ରଣାକୁ ପ୍ରତ୍ୟକ୍ଷ ଅନୁଭବ କରିବାର ଟିକେ ବି ମୋର ଇଛା ନ ଥିଲା । ମନା କରିଦେଲି, “ମୋର ପୁରୀ ଯାଇ କାର୍ତ୍ତିକ ହବିଷ କରିବାରେ ଆଗ୍ରହ ନାହିଁ । ସେଥ‌ିପାଇଁ ରୁମ୍ କିଛି ରଖୁବା ଦରକାର ନାହିଁ । ତମେମାନେ କେବଳ ତାଙ୍କ ଶ୍ରାଦ୍ଧକୁ ଆସ ।” ଠିକ୍ ସମୟରେ ଶ୍ରାଦ୍ଧ ସରି ଯାଇଥିଲା । ଶ୍ରାଦ୍ଧରେ ପ୍ରଦୀପ, ତା' ସ୍ତ୍ରୀର ଭୂମିକା ଅଧ‌ିକ ଥିଲା । ମୁଁ କେବଳ ମୂକ ଦର୍ଶକ ଥୁଲି । ପ୍ରଫୁଲ୍ଲଙ୍କ ସ୍ତ୍ରୀଙ୍କ ଭୂମିକା ତା' ପରେ ଥିଲା । ପୁରୋହିତଙ୍କ ପାଟିରୁ କଥା ଛଡ଼େଇ ସେ ପ୍ରଦୀପର ସ୍ତ୍ରୀକୁ ପରାମର୍ଶ ଦେଇଥିଲେ । ମୋ ଶାଶୁ ଶ୍ବଶୁରଙ୍କ ଶ୍ରାଦ୍ଧ ଆମେ ଏଇଠି ବିନ୍ଦୁ ସାଗରରେ କରୁଥୁଲୁ ଏବଂ ଅନନ୍ତ ବାସୁଦେବଙ୍କ ଅଭଡ଼ା ନେଇ ବ୍ରାହ୍ମଣ ଭୋଜନ କରା ଯାଉଥିଲା । ଆଜି ଲିଙ୍ଗରାଜ ମନ୍ଦିରରୁ ଭୋଗ ଅଣାଯାଇ ପରଶା ଶଙ୍ଖନାଦ | ୪୭