ଯାଇଥିଲା । ଭାଇ-ଭାଉଜ, ମାନି-ତା' ବର, ସେମାନଙ୍କ ପିଲାମାନେ, ସମୁଦି ସମୁଦ୍ରଣୀମାନେ, ସାହି ପଡ଼ିଶା ସମସ୍ତେ ଖାଇ ଚାଲି ଯାଇଥିଲେ । ଗଲାବେଳେ ଭାଉଜ ବାରମ୍ବାର କହିଥିଲେ, “ଏକା ଏକା ଏଇଠି କେତେଦିନ ରହିପାରିବ ଅପା, ଦିନ କେଇଟା ଆମ ଘରେ ବି ରହିବ, ଆସ ।” ମନା କରିପାରି ନ ଥିଲି ମୁଁ । କେବଳ ଦର ହସିଲା ଆଖିରେ ତାଙ୍କ କଥାକୁ ସମର୍ଥନ କରିଥିଲି । ବାହା ହେଲା ପରେ ମୋର ବାପଘର ସହ ସମ୍ପର୍କ ଅଧିକ ନଥୁଲା, ଖୁବ୍ ସୀମିତ ଥିଲା । ଭୋଜିଭାତ, ନିମନ୍ତ୍ରଣ ଛଡ଼ା ଆମକୁ ଆଉ କୁଆଡ଼େ ଆଖ୍ ପକେଇବା ପାଇଁ ସମୟ ମିଳିପାରୁ ନଥିଲା । ଝିଅ ଭୁବନେଶ୍ବରରେ ରହିଲାଣି, ଦିନେ ଓଳିଏ ଆସି ରହିବେ, ଏହି ବିଚାର ବି କେବେ ବାପାମାଆଙ୍କ ମନକୁ ଆସି ନ ଥିଲା । ବାପାମାଆଙ୍କ ମୃତ୍ୟୁବେଳେ ଯାହା ଆମେ ଯାଇଥିଲୁ । ମୋର ଦି’ ଭାଇ ଭାଉଜଙ୍କ ଗାଣ୍ଡେ ହେବ ପରିବାର ସହ ବି ମୋର ସମ୍ପର୍କ ଖୁବ୍ କମ ଥିଲା । ମୋଟ ଉପରେ ମୋ ପରିବାର, ଶାଶୁଘର, ଶୀତାଂଶୁଙ୍କ ଗାଁ ଲୋକ, ଏଇମାନଙ୍କ ବଳୟ ଭିତରେ ହିଁ ଆମର ଦୈନନ୍ଦିନ ସଂସାର ଥିଲା । ଆଜି, ସମସ୍ତଙ୍କୁ ଏକାଠି ଦେଖ୍ ବର୍ଷରୁ ଜମାଟ ବାନ୍ଧି କଠିନ ହୋଇ ସାରିଥିବା କୋହ ତରଳିବାରେ ଲାଗିଥିଲା । କବାଟ ବନ୍ଦ କରି ଏକୁଟିଆ ପାଟି କରି କାନ୍ଦିବାକୁ ମୋତେ ଇଛା ହେଉଥିଲା । ୪୮ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୪୯
ଦେଖଣା