Jump to content

ପୃଷ୍ଠା:Shankhanada.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(ଚାରି) ଡ୍ରଇଂ ରୁମ୍‌ରେ ପ୍ରଦୀପ, ପ୍ରୀତମ ସହ ତିନି ଜ୍ବାଇଁ ବସି ଗପସପ ହେଉଥିଲେ । ପ୍ରଦୀପର ସପ୍ତମ ପଢୁଥ‌ିବା ପୁଅ ଏବଂ ଅନୀତାର ଅଷ୍ଟମ ପଢୁଥ‌ିବା ଝିଅ ନିଜ ନିଜ ବାପାମାନଙ୍କ ପାଖରେ ବସିଥିଲେ । ମୋତେ ଦେଖୁ ଦେଖୁ ପ୍ରୀତମ ଡାକିଲା, “ମାମା, ଆସ । ଶୁଣ, ଭାଇ କ’ଣ କହୁଛନ୍ତି ।” ମୁଁ ପ୍ରଶ୍ନବାଚୀ ଆଖରେ ପ୍ରଦୀପକୁ ଚାହିଁଲି । ପିଲାଦିନୁ ଖୁବ୍ କମ୍ କଥାବାର୍ତ୍ତା କରେ ସେ । ବଡ଼ ପରିବାର ଭିତରେ ବଡ଼ପୁଅର ଗୁରୁଦାୟିତ୍ଵକୁ ସେ ସବୁବେଳେ ସୂଚାରୁରୂପେ ତୁଲେଇ ଆସିଛି । ମା'ର ମନର କଥା ବାହାରକୁ ଆସିଲା ଆଗରୁ ଅତି ସହଜରେ ତାକୁ ରୂପାନ୍ବିତ କରିଦିଏ । ପ୍ରୀତମ ହିଁ କହିଲା, "ମାମା, ଭାଇ କହୁଛନ୍ତି, ତମେ ତାଙ୍କ ସହ ଯିବ ।” “ହଁ ମାମା, ତମେ ଆମ ସହ ଚାଲ । ବାବାଙ୍କ ଶ୍ରାଦ୍ଧଯାଏଁ କହିଥୁଲ, ଠିକ୍ ଥିଲା । ଆଉ ୟା ପରେ ଏତେ ବଡ଼ ତଳ ଉପର ଘରେ ଏକୁଟିଆ ରହିବାଟା ଅନ୍ତତଃ ତମ ପକ୍ଷେ ଠିକ୍ ହେବନି ।” ମୋ ମନରେ ଉଠୁଥ‌ିବା ଝଡ଼କୁ ପ୍ରଦୀପ ତା’ ହେଲେ ଉଣ୍ଡି ଦେଇଛି ! ତଥାପି ମୁଁ କହିଲି, “ଶୁଣେ ବାପା, ତଳଟା ଆମେ ଭଡ଼ାରେ ଦେଇଦେବା । ଉପରେ ମୁଁ ରହିବି । ଆଉ ଅସୁବିଧା ହେବନି । ତା' ଛଡ଼ା ମୀନୁ ତ ପାଖରେ ଅଛି ।” ମୀନୁର ସ୍ବାମୀ କହିଲେ, “ହଁ ଭାଇ, କିଛି ଅସୁବିଧା ହେବନି । ଆମେ ଅଛୁ ।” ଶଙ୍ଖନାଦ ୪୯