ପ୍ରଦୀପ କହିଲା, “ଯାହା ହେଲେ ବି ତମେ ଏଇଠି ଏକୁଟିଆ ରହିବ ନାହିଁ ମାମା । ମୁଁ ଜାଣିଛି, ବାବାଙ୍କୁ ଝୁରି ଝୁରି ତମେ ରୋଗିଣା ହୋଇଯିବ । ଦେଖୁନ, ତମର ବର୍ଷକ ତଳର ଚେହେରା ଆଜି ଅଛି? ମୁଁ କିଛି ଶୁଣିବିନି । ତମେ ତଳଟା ଭଡ଼ା ଲଗେଇ ଦିଅ । ଆରଥରକୁ ମୁଁ ଆସିଲା ବେଳକୁ ତମକୁ ମୋ ସହ ଯିବାକୁ ହେବ ।” ମୁଁ ଆଉ ପ୍ରତିବାଦ କରିପାରିଲି ନାହିଁ । ଚୁପ୍ ରହିଗଲି । ସମୟର ବାଲିରେ ଚାଲି ଚାଲି ମୋ ଶରୀର, ମନ ଥକି ଯାଇଥିଲା । ମୁଁ କ'ଣ ଶୀତାଂଶୁଙ୍କ ଭଳି ହୋଇ ପାରିବି? ବୀର ଦର୍ପରେ ଅଜଣା ଅପେକ୍ଷିତ ଆଗନ୍ତୁକ ପାଇଁ ଅପେକ୍ଷାରତ ଜଣେ ଶସ୍ତ୍ର ବିହୀନ ସୈନିକ ଭଳି ଏକୁଟିଆ ରହି ପାରିବି ମୁଁ? ଏତେ ବଡ଼ ସଂସାର କଲାପରେ ଏକୁଟିଆ-ଜୀବନ-ଯାତ୍ରାର ସ୍ବାଦ ଚାଖୁବାର ସାହାସ ମୁଁ କରି ପାରିବି? ଏମାନଙ୍କ ଭିତରେ ମୋ ଜୀବନ, ଏମାନଙ୍କ ଭିତରେ ହିଁ ମୃତ୍ୟୁ, ଏହି ସତ୍ୟଠୁଁ ଦୂରେଇ ହେବନି । ଫୁଲରୁ ମହୁ ସଂଗ୍ରହ କରିବାକୁ ଯାଇ ଶେଷରେ ତା’ର ବନ୍ଦ ପାଖୁଡ଼ା ଭିତରେ ଯେ ତାକୁ ରହିଯିବାକୁ ହେବ, ସେୟା କ'ଣ ଭ୍ରମର ଫୁଲ ଭିତରେ ପଶିଲା ଆଗରୁ ଭାବିଥାଏ? ଶୀତାଂଶୁ କହୁଥିଲେ, “ଅନ୍ୟମାନଙ୍କ ଆଶ୍ରିତରେ ରହି ପ୍ରତ୍ୟେକ ମୁହୂର୍ତ୍ତରେ ମୃତ୍ୟୁକୁ ବରଣ କରିବା ଅପେକ୍ଷା ଆତ୍ମ ନିର୍ଭରଶୀଳ ହୋଇ ଗୋଟିଏ ଥରର ମୃତ୍ୟୁକୁ ଅପେକ୍ଷା କରି ରହିବା ବହୁତ ଭଲ । ଯଦି ତମେ ଏକୁଟିଆ ହୋଇଯାଅ, ଘର ଭଡ଼ା ଦେବ, ପେନ୍ସନ୍ ଟଙ୍କା ଅଛି । ହାତ ଗୋଡ଼ ଚାଲିଥିଲାଯାଏଁ କାହାରି ଆଶ୍ରିତ ହେବା ଠିକ୍ ନୁହେଁ ।" ମୋ ପିଲାମାନେ ଅନ୍ୟମାନେ ନୁହଁନ୍ତି, ହୋଇ ପାରିବେନି ମଧ୍ୟ । ସେବେ ଶୀତାଂଶୁଙ୍କୁ ଗୁଡ଼େଇ ଠିଆ ହୋଇଥିଲି । ଆଜି ବି ପିଲାମାନେ ମୋ ସାହାରା ହେବେ । ୫୦ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୫୧
ଦେଖଣା