ଶୀତାଂଶୁଙ୍କୁ ଭଳି ମୁଁ ଦୃଢ଼ ମନା ନୁହେଁ । ପରିବାର ଚଳେଇବା ପାଇଁ କେବେ କେଉଁଠୁ କେମିତି ଯୋଗାଡ଼ -ଯତ୍ନ କରୁଥିଲେ, ମୁଁ ଜାଣିବାକୁ ଚେଷ୍ଟା କରି ନଥୁଲି । ତାଙ୍କ ବିନା କେବଳ ତାଙ୍କ ପେନ୍ସନ୍, ଏହି ଘର ଭଡ଼ା ମୋତେ ଜୀବନ ଶକ୍ତି ଦେଇ ପାରିବନି । କେବେ ହେଁ ନୁହେଁ । ଏହା ଭିତରେ କେତେବେଳେ ଯେ ମୋ ପଛରେ ସବୁ ପିଲାଏ ଆସି ଠିଆ ହୋଇ ସାରିଲେଣି, ସେ ଦିଗରେ ମୋର ଲକ୍ଷ୍ୟ ନାହିଁ । ପଛରୁ ଅନୀତା କହି ଉଠିଲା, “ଭାଇ, ତା’ ପରେ ମୋ ପାଖରେ ଯାଇ ରହିବେ । ବହୁତ ଦିନ ତଳେ ବାବାଙ୍କ ସହ ମୋ ପାଖକୁ ଯାଇଥିଲେ । ସେଇଟା ପୁଣି ଏଲ୍.ଟି.ସି.ରେ ।” ମୁଁ ପଛକୁ ଝଟ୍ କିନା ଚାହିଁଲି, “ହଁ, ମୋତେ ଭାଗ କରିଦିଅ ।” ତା' ବସିବା ସ୍ଥାନରୁ ପ୍ରୀତମ ଉଠି ଆସି ମୋ ପିଠିରେ ଓହଳି ଗଲା, "ନିଜ ପିଲାଙ୍କ ଘରକୁ ଯାଇ ରହିବା କ'ଣ ଭାଗ ମାମା? ଭାବିନିଅ, ତମର ପାଞ୍ଚଟା ଜାଗା ଅଛି ରହିବା ପାଇଁ ।” ଗୀତୁ ମୋ ହାତକୁ ଲାଗି ଆସିଲା, “ତା’ ପରେ ଆମ ପାଖକୁ । ନୁହଁ?" ସେ ତା' ସ୍ବାମୀଙ୍କୁ ହସି ହସି ଚାହିଁଥିଲା । ତା' ସ୍ବାମୀ ବି ହସି ହସି ମୁଣ୍ଡ ହଲାଇଥିଲେ । କିନ୍ତୁ ମୁଁ ଜାଣେ, ଶାଶୁଶ୍ୱଶୁର, ଜା-ଜଉଳିଙ୍କୁ ଧରି ସେ ଘର କରିଛି । ବିଧବା ମାଆ ଆସି ସେମାନଙ୍କର ସେଇଠି ରହିବ, ସେତେ ବଡ଼ ଖୋଲା ହୃଦୟରେ ସେ କଥାକୁ ଗ୍ରହଣ କରିବା ଶକ୍ତି କାହାର ଅଛି? ତଥାପି ସେ ଦୁହେଁ ତାଙ୍କ ମର୍ଯ୍ୟାଦା ରଖୁଥିଲେ । ଗୀତୁର ଦଶ ବର୍ଷର ଝିଅ ମୋ ପେଟକୁ ଧରି ଠିଆ ହୋଇଗଲା, “ହଁ, ହଁ, ଆଈ, ଆମ ସହ ତମେ ରହିବ ।” ଶଙ୍ଖନାଦ | ୫୧
ପୃଷ୍ଠା:Shankhanada.pdf/୫୨
ଦେଖଣା