ଅତିଶୟ ଆବେଗରେ ତାକୁ ଭିଡ଼ି ଧରିଲି । ସମ୍ପର୍କ ଓ ସମ୍ୱନ୍ଧର ଅଦ୍ଭୁତ ଆକର୍ଷଣ କ'ଣ ଏତେ ସହଜରେ ଛାଡ଼ି ହୁଏ? ଅନୀତା ବାହାଘରରେ ଅଧିକ ଖର୍ଚ୍ଚ କରିଦେଇ ଗୀତୁ ପାଇଁ ବଡ଼ ଚାକିରିଆ ଖୋଜିବା ପାଇଁ ଶୀତାଂଶୁ ସାହାସ କରି ପାରି ନଥିଲେ । ତାଙ୍କ ଅଫିସର ଜଣେ ସହକର୍ମୀଙ୍କ ଦୂର ସମ୍ପର୍କୀୟ ଶାଳୀ ଥିଲେ, ଗୀତୁର ଶାଶୁ । ଭୋଟବେଳେ ଥରେ ତାଙ୍କ ଗାଁରେ ଶୀତାଂଶୁଙ୍କ ଡ୍ୟୁଟି ପଡ଼ିଥିଲା । ସେଇଠି ଗୀତୁର ସ୍ବାମୀକୁ ଦେଖିଲେ । ତାଙ୍କ ବ୍ୟବହାରରେ ତୁଷ୍ଟ ହୋଇଯାଇ ଆସୁ ଆସୁ ସମ୍ବନ୍ଧକୁ ଆଗକୁ ବଢ଼େଇ ଦେଇଥିଲେ । ସେ ସମୟ – ଆଉ ଆଜିର ଦିନ । ଆଜି ପର୍ଯ୍ୟନ୍ତ ଗୀତୁ ତା' ଶାଶୁ ଘରର ଜଣେ କାହାରି ବିଷୟରେ ଥରେ ଦିନେ ହେଲେ ବି ମୋ ପାଖରେ ଅଭିଯୋଗ କରିନି । ଘରକୁ?” ମୋ ଆଗରେ ମୀନୁ ଠିଆ ହୋଇଥିଲା, “ଆଉ ମାମା, ଆମ ମୂର୍ଖ ମୀନୁର କାନ ମୋଡ଼ିବାକୁ ମୋର ଇଛା ହେଉଥିଲା । ଅତି ଶ୍ରଦ୍ଧାରେ ତା' ଚିବୁକକୁ ଧରି କହିଲି, “ତୋ ପାଖରେ ଅଛିରେ ମାଆ । ତମେ ଦୁହେଁ ନ ଥିଲେ ମୁଁ କ'ଣ ଏକୁଟିଆ ଏଇଠି ରହି ପାରିଥାନ୍ତି?” ମୁଁ କ'ଣ ସତରେ ଏକୁଟିଆ ରହି ପାରିଥାନ୍ତି? ମୋ ନିଜକୁ ନିଜେ ବର୍ଷେ ହେଲା ବାରମ୍ବାର ପ୍ରଶ୍ନ କରି ଚାଲିଛି । ଗାଡ଼କଣାରେ ଆଶ୍ଵିନର ନୁଆଁଣିଆ ସନ୍ଧ୍ୟା ତା'ର କାୟା ବିସ୍ତାର କରି ଆସୁଥିଲା । ଆଉ ଗୋଟିଏ ରାତି ପିଲାମାନେ ମୋ ସହ ରହିବେ । ତା' ବି ସମସ୍ତେ ନୁହେଁ । ଅନୀତା, ପ୍ରଦୀପ ନିଜ ନିଜ ପରିବାର ସହ ଏଇ ରାତିରେ ହିଁ ବାହାରିଯିବେ । ଗୀତୁ ଓ ତା' ସ୍ବାମୀ ସକାଳୁ ବସ୍ରେ ଯିବେ । ପ୍ରୀତମ ସହ ସାନ ବୋହୂ ତାଙ୍କ ବାପା ଘରକୁ ଯିବେ । ତିନିଦିନ ପରେ ସେମାନେ ବି ଆସାମ ବାହାରି ୫୨ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୫୩
ଦେଖଣା