Jump to content

ପୃଷ୍ଠା:Shankhanada.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(ଏକ) ମସ୍ତିଷ୍କ ଭିତରେ ଗଭୀର ଅନ୍ଧକାର ଚିରି ଆଲୋକ ଦିଗରେ ଚେତନା ତାର କାୟା ବିସ୍ତାର କରି ଆସୁଥିଲା । ଆଖ୍ ଖୋଲିଲେ କ୍ଷେତ୍ର ମୋହନ । ଆଖ୍ ଆଗରେ ଧଳା, ଚିକ୍କଣ ଛାତ । କୋଠରୀର ଦକ୍ଷିଣ ପାଖ ଝରକା ଫାଙ୍କ ଦେଇ ସକାଳ ସୂର୍ଯ୍ୟ କିରଣର କୋମଳ ରଶ୍ମି ଭିତରକୁ ପଶି ଆସିଥିଲା । ସାମନା କାନ୍ଥରେ ଶିବଙ୍କ ଧ୍ୟାନସ୍ଥ ମୁଦ୍ରାର ଗୋଟିଏ ଫୋଟ । ଖଟ ଉପରେ ଉଠି ବସି ଗୋଡ଼ ତଳକୁ ଝୁଲେଇ ବସିଲେ । ମୁଣ୍ଡ ନଇଁଗଲା । ସ୍ଵତଃମେବ ତାଙ୍କ ହାତ ଫୋଟ ଆଗରେ ଯୋଡ଼ି ହୋଇଗଲା । ଦୀର୍ଘ ୫୦ ବର୍ଷ କାଳ ଅସଂଖ୍ୟ ଦେବ-ଦେବୀଙ୍କୁ ଆହ୍ୱାନ- ବିସର୍ଜନ କରିବା ପଦ୍ଧତିରେ ଶେଷ ପର୍ଯ୍ୟାୟରେ ଯେଉଁ ଭଳି ଲୋମ- ଟାଙ୍କୁରା-ଶିହରଣ-ଭରା ପ୍ରଶ୍ନବାଚୀ ଲାଗି ଯାଇଥିଲା, ଚୈତନ୍ୟର ନୂତନ ଅନୁଭୂତି ପରେ ଦେହ-ବଳ ଭଳି ସେଥ‌ିରେ ମଧ୍ୟ ସ୍ଥିର ଭାବ ଆସି ଯାଇଥିଲା । ଖୁବ ବୈଭବପୂର୍ଣ୍ଣ ଘର ରମଣର । ପ୍ରଥମ ଦିନ ହିଁ ସେ ଭାବିଥିଲେ, ସେ କେଉଁ ଦାମିକା ଡାକ୍ତରଖାନାରେ ଅଛନ୍ତି । ତାଙ୍କ କୌତୁହଳ ପ୍ରଶ୍ନରେ ଋତୁପର୍ଣ୍ଣା ହସି କହିଥିଲେ, “ଜେଜେ, ଏଇଟା ତମ ଘର । ଆମ ଘର ଥାଉ ଥାଉ ତମେ ଆଉ କୋଉଠି କାହିଁକି ରହିବ?” ଆମ ଘର ! ମନେ ମନେ ହସିଥିଲେ କ୍ଷେତ୍ର ମୋହନ ସାର୍ । ଶଙ୍ଖନାଦ | ୫୫