ଜୀବନସାରା ଶିକ୍ଷକତାରୁ ସଞ୍ଚି ସାହି ଭିତରେ ଯେଉଁ ୧୦ ହାତିଆ ଘରଟି ତିଆରି କରିଥିଲେ ଇଏ ତ ସେହି ଘର ନ ଥିଲା । ବରଂ ପୂରାପୂରି ଭିନ୍ନ ଥିଲା । ବିରାଟକାୟ କକ୍ଷ, ଭବ୍ୟପୂର୍ଣ୍ଣ ରେଶମୀ କନାରେ ସଜ୍ଜିତ ଦ୍ବାର-ଝରକାର ପରଦା କନା, ବିଶାଳ ପଲଙ୍କ । ଦାମିକା ଆସବାବପତ୍ର । ଭାରି ସଣ୍ଠଣାରେ ସଜ୍ଜା ଯାଇଛି ଘରର କୋଣ କୋଣ । ସେଇଟା ପୁଣି ତାଙ୍କ ଘର ! ଯଦିଓ ଋତୁପର୍ଣ୍ଣା ଅତି ସ୍ବାଭାବିକ ଭାବେ ତାହା କହିଥିଲେ, ତଥାପି ତାଙ୍କର ମନେ ହେଲା, ତାଙ୍କର ଦୁର୍ବଳ ଓ ଅସହାୟ ଅବସ୍ଥାର ଉପହାସ କରାଯାଉଛି ! ଅତୀତର ଅନେକ ସ୍ମୃତି ତାଙ୍କ ମାନସ ପଟଳରେ ନାଚି ଉଠିଲା । ତାଙ୍କ ନନା ପ୍ରଚଣ୍ଡ କର୍ମକାଣ୍ଡି ଈଶ୍ବରବିଶ୍ବାସୀ ବ୍ରାହ୍ମଣ ଥିଲେ । ପୂଜାପାଠ, ଦାନଧର୍ମ, ସତ୍କର୍ମ ଆଦିରେ ତାଙ୍କର ଲାଳନ ପାଳନ ହୋଇଥିଲା । ନୂଆରେ ଖୋଲିଥିବା ସରକାରୀ ତହସିଲ ଅଫିସରେ ତାଙ୍କୁ ଚାକିରୀ ମିଳିଥିଲା । ନନା ବାରଣ କରିଥିଲେ । ଫାଇଲ ଚାଷ କରି ପେଟ ପୋଷିବୁ? ବରଂ ମାଷ୍ଟ୍ର ହେ, ପାଠ ପଢ଼ା, ପିଲାଙ୍କୁ ସଂସ୍କାର ଶିଖା, ନିଜର ପେଟ ପୋଷେ, କିଛି ଦୋଷ ନାହିଁ । ସେ ନନାଙ୍କ କଥା ଶୁଣିଥିଲେ । ମାଷ୍ଟ୍ର ହୋଇ ପାଠ ପଢ଼େଇଥିଲେ । ପୂଜାର ଗୁଢ଼ ରହସ୍ୟ ନ ଜାଣି ମଧ୍ୟ ବ୍ରତ ହେଲା ପରଠୁଁ ଅନ୍ଧରୂପେ ନନାଙ୍କୁ ଅନୁସରଣ କରି ଫୁଲ, ତୁଳସୀ ଦେଇ ପୂଜା କରିବା ସେ କେବେହେଲେ ଭୁଲି ନଥିଲେ । ଠାକୁରଙ୍କୁ ଭୋଗ ଲଗାଇଲା ପରେ ହିଁ, ସେ ଖାଦ୍ୟ ଛୁଇଁଛନ୍ତି । ବାହାହେଲା ପରେ ତାଙ୍କ ସ୍ତ୍ରୀ ମଧ୍ୟ ସେହି ରାସ୍ତାର ପଥକ ହୋଇଥିଲେ । ପ୍ରତ୍ୟେକ ସୋମବାର ଦିନ ଶିବ ଅଭିଷେକ ନକଲେ ଦିହେଁଯାକ ଜଳ ସ୍ପର୍ଶ କରୁନଥିଲେ । ଅସୁସ୍ଥ ଶରୀରରେ ବି ସେ ସ୍କୁଲ ଯାଇ ତାଙ୍କ ପାଠପଢ଼ା ସାରି ୫୬ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୫୭
ଦେଖଣା