Jump to content

ପୃଷ୍ଠା:Shankhanada.pdf/୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦେଇ ଆସୁଥିଲେ । ଅଥଚ ବଡ଼ପୁଅ ଜନ୍ମ ହେଲା ଦିନ ସେ ଖ୍ରୀଷ୍ଟିୟାନ ହାସପାତାଳର ପାଖ ଛାଡ଼ି ନଥିଲେ । ହେଡ୍‌ସାର୍ କହିଥିଲେ, “ସ୍କୁଲକୁ ଆସି ଯାଆନ୍ତୁ ସାରେ, ଆପଣ କ'ଣ ନର୍ସ ପାଲଟିଯିବେ? ଗୋଟିଏ ଦିନର ଛୁଟି ପାଇଁ ପରେ ପଇସାଟିଏ ହେଲେ ମିଳିବ ।” ସେ ତିଳେ ହେଲେ ଭୃକ୍ଷେପ କରି ନଥିଲେ । ସବୁଯାକ ଛୁଟି ଘର ଏବଂ ପିଲାଙ୍କ ପାଇଁ ସାରି ଦେଇଥିଲେ । ତାଙ୍କ ନନାଙ୍କ ଶେଷଦିନର ସାହାରା ସେ ଯେମିତି ହୋଇଥିଲେ, ପିଲାମାନେ ବି ଶେଷଦିନରେ ତାଙ୍କର ସାହାରା ହେବେ, ଏଇ ଆଶାରେ ଜୀବନ- ଯାତ୍ରା ପଥରେ ବୀର ସୈନିକ ଭଳି ଆଗେଇ ଚାଲିଥିଲେ । ବଡ଼ଝିଅ ବାହାଘର ଖର୍ଜପାଇଁ ବଡ଼ପୁଅର ସ୍ତ୍ରୀ ଯେତେବେଳେ ଟଙ୍କାଟିଏ ବି ଦେବାକୁ ମନା କରି ଦେଇଥିଲା, ସେତେବେଳେ ସାନ ପୁଅ ବାହାଘରର ସାରା ଖର୍ଚ୍ଚ ପୈତୃକ ଘରକୁ ତା' ନାଁରେ କରି ଦେବାର ସର୍ଭ କଲା ପରେ ହିଁ କରିଥିଲା । ଅସହାୟ କ୍ଷେତ୍ର ମୋହନ ନିଜ ବାସଗୃହକୁ ସାନ ପୁଅ ନାଁରେ ଲେଖ୍ ଦେଇଥିଲେ । ଚାକିରୀରୁ ଅବସର ନେଲା ପରେ ଯାହା କିଛି ଫଳ ପୁଷ୍ପ ମିଳିଥିଲା, ତାକୁ ସାନ ଝିଅର ବାହାଘରରେ ପ୍ରଚଣ୍ଡ ଆତ୍ମ ବିଶ୍ବାସରେ ଖର୍ଚ୍ଚ କରି ପକେଇଥିଲେ । କିନ୍ତୁ, ଶେଷରେ କ'ଣ ହେଲା? ସ୍ତ୍ରୀଙ୍କ ଦେହାନ୍ତ ପରେ ହଠାତ୍ ସବୁକିଛି ବଦଳି ଗଲା ଭଳି ସେ ଅନୁଭବ କଲେ । ତାଙ୍କ ଉପରେ ସାନ ପୁଅର ମାନସିକ ଚାପ ଆରମ୍ଭ ହେବାରେ ଲାଗିଲା । କେବଳ ତାଙ୍କ ପାଇଁ ବ୍ୟବସ୍ଥା ହୋଇ ପାରିବ । ପେନସନ୍ ୮୦୦/୯୦୦ ଟଙ୍କାରେ ଝିଅମାନଙ୍କର ବାରମ୍ବାର ଘରକୁ ଯିବା-ଆସିବା କରିବା ସାନ ବୋହୂର ବରଦାସ୍ତ ହେଉନି । ବଡ଼ ଝିଅ ଉଘାଣ ଦେଲା, “ଆମକୁ ବାପ-ଘରକୁ ଯିବା ଶଙ୍ଖନାଦ | ୫୭