Jump to content

ପୃଷ୍ଠା:Shankhanada.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯୋଗ୍ୟ କରେଇଲନି ।” ସାନ ଝିଅ ଅଭିମାନ କଲା, “ଅପାକୁ ଅଧିକ ଦେଲ ।” ବଡ଼ପୁଅର ସ୍ତ୍ରୀ କହିଲା, “ସବୁ ତ ସାନକୁ, ଝିଅମାନଙ୍କୁ ଦେଲ । ଆମ ପାଇଁ ଅଛି କ'ଣ ଯେ, ଆମେ ତମ ବାପଝିଅଙ୍କୁ ଦେବୁ?” ବଡ଼ପୁଅ ଘରୁ ବାହାରିଗଲା । 9 କ୍ଷେତ୍ର ମୋହନ ଅନୁଭବ କଲେ, ନିଜ ପରିଶ୍ରମରେ ତିଆରି ତାଙ୍କ ନିଜ ଘରେ ସେ ଅନାହୁତ ହୋଇ ପଡ଼ିଛନ୍ତି । ସିମେଣ୍ଟ-ଇଟାର କାନ୍ଥରେ ଯେଉଁ ଘରକୁ ତିଆରି କରି ଅନ୍ୟ ସହକର୍ମୀମାନଙ୍କ ଆଗରେ ନିଜ ଘର ତିଆରି ବାହାଦୂରିର ଡିଣ୍ଡିମ ପିଟୁଥିଲେ, ଅବସର ନେଲାବେଳକୁ ସେହି ଘରର କାନ୍ଥରେ ଦାଗ ଲାଗି ଯାଇ କ୍ଷେତ୍ର ମୋହନଙ୍କର ଶିକ୍ଷକ ପଣିଆର ସ୍ବାଭିମାନରେ ଗଭୀର କ୍ଷତ ସୃଷ୍ଟି କରିସାରିଥିଲା । ବିବ୍ରତ ଓ ଗ୍ଲାନି ବୋଧ ଅବସ୍ଥାରେ କ୍ଷେତ୍ର ମୋହନ ସାର୍ ଦିନେ ଘରୁ ବାହାରି ସାଇକେଲରେ ବୁଲୁଥିଲେ । ଶିଶିର କାନ୍ତ ରାସ୍ତାରେ ମିଶି ଆଶ୍ଚର୍ଯ୍ୟ ହେଲେ, “ସାର, ଏ ବୟସରେ ଆହୁରି ସାଇକଲ୍ ଧରି ବୁଲୁଛନ୍ତି !” ସ୍ତ୍ରୀଙ୍କ ଦେହାନ୍ତ ଓ ଅବସର ପରର କ୍ଲେଶପୂର୍ଣ୍ଣ ଜୀବନର ଗାଥା ପ୍ରିୟ ଛାତ୍ର ଆଗରେ ସବୁ ବାନ୍ତି କରି ପକେଇଥିଲେ କ୍ଷେତ୍ର ମୋହନ ସାର୍ । ସେଦିନ ଶିଶିର କାନ୍ତ ଆଗରେ କହୁ କହୁ କାନ୍ଦି ମଧ୍ୟ ଦେଇଥିଲେ । ଶିଶିର କାନ୍ତ ତାଙ୍କର ଛାତ୍ର ଥିଲେ । ହାଇସ୍କୁଲରେ ଭଲ ଛାତ୍ର, କିନ୍ତୁ ଖୁବ୍ ଚଗଲା, ଖାଲି ସାରଙ୍କର ବେତ ମାଡ଼କୁ ଡର ଥିଲା । ୫୮ ଶଙ୍ଖନାଦ