Jump to content

ପୃଷ୍ଠା:Shankhanada.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

________________

ଚାକିରୀ କିମ୍ବା ବ୍ୟବସାୟ ନ କରି ବରଂ ସାମାଜିକ ସଂସ୍ଥାଟିଏ ଗଢ଼ି ତା' ଜରିଆରେ ବୃଦ୍ଧାଶ୍ରମ ତିଆରି କରିଥିଲେ । ସାର୍‌ଙ୍କ ଦୁଃଖକୁ ହୃଦୟଙ୍ଗମ କଲା ପରେ ଶିଶିର କାନ୍ତଙ୍କୁ ବୋଧହେଲା, ତାଙ୍କୁ ବୃଦ୍ଧାଶ୍ରମର ପ୍ରଥମ ବାସିନ୍ଦା ମିଳିଗଲେ । ସେ ଦିନଠୁ ସାର୍ ଆଉ ପିଲାମାନଙ୍କ ପାଖକୁ ଫେରି ନାହାନ୍ତି । ମ୍ୟୁନିସିପାଲିଟିର ହାତଗଣତି କିଛି ପେନସନ୍ ଟଙ୍କାର ଭରସାରେ ସାର୍ ବୃଦ୍ଧାଶ୍ରମକୁ ଚାଲି ଯାଇଥିଲେ ! ବାହାର ଲୋକଙ୍କ କଥାରେ ବିବ୍ରତ ହୋଇ ପ୍ରଥମ କେତେଦିନ ଝିଅମାନେ ଆଶ୍ରମକୁ ଆସୁଥିଲେ । ପରେ ସେମାନେ ମଧ୍ୟ ଆସିବା ବନ୍ଦ କରି ଦେଇଥିଲେ । ସ୍ତ୍ରୀଙ୍କ ଶ୍ରାଦ୍ଧ ଦିବସରେ ସାର୍‌ଙ୍କୁ ବ୍ୟସ୍ତ ହେବା ଦେଖ୍ ଶିଶିର କାନ୍ତ କହିଲେ, “ସାର୍, ଦୁଃଖ କରନ୍ତୁନି । ଗରିବ, ଦୁଃଖୀରଙ୍କିଙ୍କୁ ଖାଇବାକୁ ଦେଇଦେବା । ଆପଣଙ୍କ ସ୍ତ୍ରୀ ପାଇଯିବେ ।” ଦୃଢ଼ କଣ୍ଠରେ ବିରୋଧ କଲେ ସେ, “ନା, ତାହା କେମିତି ହେବ? ପୁଅ ଶ୍ରାଦ୍ଧ କରିବା ଶାସ୍ତ୍ର ବିଧେୟ । ତାକୁ କେମିତି କାଟି ହେବ?” ବଡ଼ପୁଅକୁ ଆଶ୍ରମକୁ ଡକା ଯାଇଥିଲା । ସେ କହିଥିଲା, “ମୋ ପାଖରେ ପଇସା ନାହିଁ, ଶ୍ରାଦ୍ଧ କେମିତି କରିବି?" “ତୋ’ର ପଇସା ନାହିଁ ! ହଉ ।” ସାର୍ ଶିଶିର କାନ୍ତକୁ କହିଥିଲେ, “ତାକୁ ଦି’ହଜାର ଟଙ୍କା ଦେଇପାରିବ? ମୋ ପେନସନ୍ ମିଳିଲେ ଦେଇଦେବି ।” ଆଜ୍ଞାଧୀନ ଛାତ୍ର ଶିଶିର କାନ୍ତ ତାଙ୍କୁ ଟଙ୍କା ଦେଇଥିଲେ । ସାର୍‌ଙ୍କ ସ୍ତ୍ରୀଙ୍କ ଶ୍ରାଦ୍ଧ ହୋଇଥିଲା । ସେ ଆଉ ଶିଶିର କାନ୍ତ ଦୁହେଁ ଯାଇ ଖାଇ ଆସିଥିଲେ । ଶ୍ରାଦ୍ଧ ସିନା କରିଦେଲେ, ହେଲେ ଯାହାର ଶଙ୍ଖନାଦ। ୫୯