D ପେଟରେ ୯ ମାସ ରହିଥିଲା, ଠିଆ ହେଲା ଯାଏଁ ତାର ଅଳିଅର୍ଦ୍ଦଳୀ ଯିଏ ସମ୍ଭାଳିଥିଲା, ତା'ର ଶ୍ରାଦ୍ଧ ପାଇଁ କିଛି ଟଙ୍କା ତାଙ୍କ ପୁଅ ପାଖରେ ନାହିଁ; ଛି, ଧୂକ୍ ଏ ଜୀବନକୁ ! ସ୍ବାର୍ଥର ଗନ୍ତାଘର ସବୁ ତାଙ୍କ ଔରସରୁ ହିଁ ଜାତ ହେବାର ଥିଲା ! ଦୁନିଆଯାକର ପିଲାଙ୍କୁ ସଂସ୍କାରିତ କରିବାର ଦାୟିତ୍ଵ ନେଲେ ସିନା, ନିଜ ପିଲାଙ୍କୁ ସଂସ୍କାରିତ କରି ପାରିଲେନି । ଯେତେବେଳେ ସେ ଏହାକୁ ଜାଣିଲେ-ଚିହ୍ନିଲେ, ସେତେବେଳେ ନେଡ଼ି ଗୁଡ଼ କହୁଣୀକୁ ଚାଲି ଯାଇଥିଲା । ସେହି ଅବସ୍ଥାରୁ ତାଙ୍କୁ ଉଦ୍ଧାରିବା ପାଇଁ, ଜୀବନ ସାରା ପ୍ରତିଦିନ ଆହ୍ୱାନ-ବିସର୍ଜନ କରିଥିବା ସମସ୍ତ ଦେବ ଦେବୀଙ୍କୁ ଆକୁଳ ଭାବେ ଡାକିଥିଲେ ! ନିଜ ପିଲାଙ୍କ ଦୃଷ୍ଟିକୋଣ ନିମନ୍ତେ ବୋଧହୁଏ ସେ ହିଁ ଦାୟୀ ଥିଲେ, ସେ ହୃଦ୍ବୋଧ କରିଥିଲେ । ସେ ବି ନିଶ୍ଚୟ ସ୍ବାର୍ଥକୁ ନେଇ ସଂସାର କରୁଥିଲେ । ନ ହେଲେ କି କେବଳ ନିଜ ସ୍ବାର୍ଥ କଥା ହିଁ ପିଲାଏ ଚିନ୍ତା କରିଥାନ୍ତେ ! ଭାଇଭଉଣୀର ନିଚ୍ଛକ ପ୍ରେମର ପ୍ରତୀକ ଜଗନ୍ନାଥ ସଂସ୍କୃତିର ଓଡ଼ିଆ-ବ୍ରାହ୍ମଣ ଘରର ପିଲାଏ, ନିଜେ ନିଜର ଅସହଣ ଶତ୍ରୁ ପାଲଟିଥାନ୍ତେ? ତାହା ପୁଣି ବାପା-ମାଆଙ୍କ କାନ୍ଧରେ ବନ୍ଧୁକ ରଖ୍ ! ଏହି ଚିନ୍ତା ତାଙ୍କ ମନକୁ ଭିନ୍ନ ରାସ୍ତାର ପଥ୍ୟକ କରି ରୋଗର ଘରେ ନେଇ ବସେଇ ଦେଇଥିଲା । ତାଙ୍କ ଦେହ ଖରାପ ଆଡ଼କୁ ଗତି କରିଥିଲା । ଆଶ୍ରମକୁ ଆସିଥିବା ଜଣେ ଡାକ୍ତର ତାଙ୍କୁ କିଛି ଔଷଧ ମଧ୍ୟ ଦେଇଥିଲେ । ଔଷଧ ଖାଇବାକୁ ତାଙ୍କର ଇଛା ନ ଥିଲା । ସମ୍ମୁଖରେ ଅଭାବ ଓ ନିରାଶ ଜନିତ ମୃତ୍ୟୁର ଅହେତୁକ ଆଶଙ୍କା ସମୁଦ୍ରର କରାଳ ଲହରୀର ଢେଉ ଭଳି ଆଗକୁ ମାଡ଼ି ଆସୁଥିଲା । ଧୀରେ ଧୀରେ କର୍ମକାଣ୍ଡି ନୈଷିକ ବ୍ରାହ୍ମଣ ଜଣକ ମନ୍ଦିର ଆଗରେ ହାତ ଯୋଡ଼ିବାକୁ କୁଣ୍ଠାବୋଧ କରିଥିଲେ, ଅଗାଧୁଆ ଅନ୍ନ ୬୦ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୬୧
ଦେଖଣା