Jump to content

ପୃଷ୍ଠା:Shankhanada.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗ୍ରହଣ କରିବା ଆରମ୍ଭ କରିଥିଲେ । ଅବସର ପରେ ପ୍ରଥମଥର ପାଇଁ ମାନସିକ ଅବସାଦ ତାଙ୍କୁ ଏକ ଅଜଣା-ଅନ୍ଧକାରର ସାମୂହିକ ଆକ୍ରମଣ ସମ୍ମୁଖକୁ ନେଇ ଯାଇଥିଲା । ନିଜ ଜୀବନର ଏହି ଅକୁହା କଥା ସମୂହ ତାଙ୍କ ଆଖ୍ ଆଗରେ ଏବେକାର ଦୃଶ୍ୟଭଳି ନାଚି ଉଠିଥିଲା । ନା, ଆଉ ପଛ କଥା ଦ୍ବାରା କେବଳ ନିଜେ ହିଁ ରୋଗ ଭୋଗ କରିବାକୁ ହେବ । ଋତୁପର୍ଣ୍ଣା କହୁଥିଲେ, “କେବଳ ଆଜିର ଚିନ୍ତା ହିଁ କରନ୍ତୁ । ନ ହେଲେ ଜଡ଼ତା ଆସି ଶରୀରରେ ବାସ କରିବ ।” ମନେ ମନେ ଈଶ୍ବରଙ୍କୁ ସ୍ମରଣ କରି ନିତ୍ୟକର୍ମ ସାରିବାକୁ ସାର୍ ଗାଧୁଆ ଘର ଭିତରେ ପଶିଲେ । ଶଙ୍ଖନାଦ| ୬୧