ତାଙ୍କୁ ସେ ଜେଜେ ବୋଲି ସମ୍ବୋଧନ କରୁଛି ! ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ । - ଆରେ, ଆପଣଙ୍କୁ ତ କେହି ହେଲେ ଧରି ନାହାନ୍ତି । ତଥାପି ଆପଣ ଠିଆ ହୋଇଛନ୍ତି । ଆରେ ବାଃ, ପୁରା ଫିଟ୍ ! - - କିଏ ମା’ ତମେ? ମା' କହୁଛନ୍ତି । ପୁଣି କିଏ ବୋଲି ପଚାରୁଛନ୍ତି । କୁହନ୍ତୁ ତ କିଏ ମୁଁ? ହସି ହସି ସେ ପଚାରିଥିଲେ । କ୍ଷେତ୍ର ମୋହନ ସାର୍ ତାଙ୍କୁ ସତରେ ଚିହ୍ନି ପାରି ନ ଥିଲେ । କେଉଁଠି କେବେ ଦେଖିଲା ପରି ବି ମନେ ହେଉ ନ ଥିଲା । ବସିଲା ବସିଲା କଣ୍ଠରେ ସ୍ବୀକାର କରିଥିଲେ, “ହଁ, ଚିହ୍ନିତ ପାରୁନି । ତମର ପରିଚୟ ଦିଅ ।” W ସେ କହିଥିଲେ, “ଜେଜେ, ଏଇଟା ଆପଣଙ୍କ ଘର । ମୁଁ ଆପଣଙ୍କ ନାତୁଣୀବୋହୂ । ଆପଣଙ୍କ ନାତି ରମଣ; ମୁଁ ତାଙ୍କ ସ୍ତ୍ରୀ ଆମେ ବେଙ୍ଗାଲୁରୁରେ, ଆମ ଘରେ ଅଛେ । ଆପଣଙ୍କ ଦେହ ଟିକିଏ ବି ଭଲ ନ ଥିଲା । ଆପଣଙ୍କୁ ବ୍ରହ୍ମପୁରରୁ ଏଇଠିକୁ ଆପଣଙ୍କ ଅର୍ଦ୍ଧ ଚେତନ ଅବସ୍ଥାରେ ଅଣାଯାଇଛି । କ୍ଷେତ୍ର ମୋହନ ସାର୍ ବିଶ୍ବାସ କରିପାରୁ ନ ଥିଲେ । ସେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ମୁଣ୍ଡରେ ଓଢ଼ଣା ଥିଲା । ପ୍ରଣାମ କଲା ପରେ କହିଲେ, “ଆସନ୍ତୁ ଜେଜେ, ଆପଣଙ୍କୁ ଆପଣଙ୍କ କାମ କରିବାରେ ସାହାଯ୍ୟ କରିବି । ଏଇଟା ମୋର ପ୍ରତି ଦିନର କାମ । ସେ ସକାଳୁ ଅଫିସ ଚାଲିଗଲେଣି । ରାତିସାରା ଆପଣଙ୍କ ପାଖରେ ଜଣେ ନର୍ସ-ଦିଦି ରହନ୍ତି । ଦିନରେ ଆପଣଙ୍କ ପାଖରେ ମୋ ଚାକିରୀ । ଆସନ୍ତୁ ।” ଶଙ୍ଖନାଦ| ୬୩
ପୃଷ୍ଠା:Shankhanada.pdf/୬୪
ଦେଖଣା