ଯନ୍ତ୍ରବତ୍ ସେ ତାଙ୍କ ପଛରେ ଚାଲିଥିଲେ । ରମଣ ତାଙ୍କ ବଡ଼ପୁଅର ପୁଅ । ଦିନେ କେବେ ହେଲେ ଗୋସେଇଁ ବାପାର ପକ୍ଷ ନେଇ ନଥିଲା । ବରଂ ଘରେ ଯାହା କିଛି ହେଉଥିଲା, ସେଥିର ମୂକସାକ୍ଷୀ ରହିଥିଲା । ଆଜି ହଠାତ ପାଖରେ ଆଣି ରଖୁଛି । ଆଶ୍ଚର୍ଯ୍ୟ ! ପ୍ରଶ୍ନ କରିଥିଲେ, “କଣ ମା' ତମ ନା?” - ଋତୁପର୍ଣ୍ଣା । ଜେଜେ, ଏଇ ବ୍ରସ ନିଅନ୍ତୁ । ଦାନ୍ତ ସଫା କରି ଦିଅନ୍ତୁ । ଆରେ, ଇଏ ତ ତାଙ୍କ ଦାନ୍ତ ଘଷା ବ୍ରସ । ଏଇଟା ବି ଧରି ଆସିଛନ୍ତି? ସେ ବ୍ରସକୁ ଦେଖୁଥିବା ଦେଖି ଋତୁପଣ୍ଡା କହିଥିଲେ, “ହଁ, ଆପଣଙ୍କ ବ୍ରସ । ଶିଶିର କାନ୍ତ ଦାଦା କହୁଥିଲେ, ଆପଣ ଆସିଲାବେଳେ ଏଇ ବ୍ରସଟାକୁ ନେବାକୁ ଜିଦ୍ ଧରିଥିଲେ । ମୁଁ ଯେତେବେଳେ ନୂଆ ବ୍ରସ ଦେଲି, ଆପଣ ଫୋପାଡ଼ି ଦେଲେ । କହିଲେ, ମୋ ଧୋତି ଆଉ ମୋ ବ୍ରସ ହିଁ ବ୍ୟବହାର କରିବି । ମନେ ଅଛି?” ସେ ଏ କଥା କହିଥିଲେ? ଟିକିଏ ହେଲେ ତାଙ୍କର ମନେ ନ ଥିଲା । ହେଲେ ତାଙ୍କର ମନେ ନାହିଁ କାହିଁକି? କ'ଣ ହୋଇଥିଲା ତାଙ୍କର? ସେ ବିଷୟ ଋତୁପର୍ଣ୍ଣାଙ୍କ ମୁହଁରୁ ଶୁଣିଥିଲେ । ରମଣ ସହ ଋତୁପଣ୍ଡା ଏକା ଅଫିସରେ ଚାକିରୀ କରୁଥିଲେ । ଦୁହିଁଙ୍କ ମନ ମିଶିଥିଲା । ଦୁହେଁ ସ୍ଥିର କରିଥିଲେ, ବାହା ହେବେ । ରମଣଙ୍କ ବାପାମାଆ ରାଜି ନ ଥିଲେ । ଜାତି ବାହାଘରରେ ବନ୍ଧନ ସାଜିଥିଲା । କିନ୍ତୁ ଋତୁପଣ୍ଡାଙ୍କ ବାପାମାଆ ରାଜି ଥିଲେ । ଦୁହେଁ ସେଇଠି କୋର୍ଟ-ମନ୍ଦିର ଆଦିରେ ବାହାଘର ସାରି ଘରକୁ ଯାଇଥିଲେ । କିନ୍ତୁ ସେଇଠୁ ତଡ଼ା ଖାଇ ବୃଦ୍ଧାଶ୍ରମ ଯାଇଥିଲେ ୬୪ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୬୫
ଦେଖଣା