Jump to content

ପୃଷ୍ଠା:Shankhanada.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଜେଜେଙ୍କ ଆଶୀର୍ବାଦ ନେବାପାଇଁ । ସେତେବେଳକୁ ଶିଶିର କାନ୍ତ କ୍ଷେତ୍ର ମୋହନ ସାର୍‌ଙ୍କୁ ହାସପାତାଳ ନେଇ ସାରିଥିଲେ, କାରଣ ବୃଦ୍ଧାଶ୍ରମରେ ସାର୍‌ଙ୍କ ଅବସ୍ଥା ଖରାପ ଦିଗକୁ ଗତି କରୁଥିଲା । ଲୋକଙ୍କୁ ଚିହ୍ନିପାରୁ ନଥିଲେ ସେ । ଡାକ୍ତର ଆଲଜାଇମର ରୋଗର ପ୍ରାରମ୍ଭିକ ସ୍ତର ବୋଲି ନିଦାନ କରିସାରିଥିଲେ । ସ୍ବାମୀ-ସ୍ତ୍ରୀ ଦୁହେଁ ଯାକ ଆଗପଛ କିଛି ନ ବିଚାରି ପ୍ରଥମ ଉଡ଼ାଜାହାଜରେ ଜେଜେଙ୍କୁ ବେଙ୍ଗାଲୁରୁକୁ ଆଣିଦେଇଥିଲେ । ହାସପାତାଳରେ ରଖୁ ଅପେକ୍ଷା ଘରେ ରଖ୍ ଯତ୍ନ ନେଲେ ଏହାର ଉପଶମର ସମ୍ଭାବନା ବେଶି, ଏଇ ଧାରଣା ଜାତ ହେଲା ପରେ, ଜେଜେଙ୍କୁ ଡାକ୍ତରଖାନାରୁ ଘରକୁ ନେଇ ଆସିଥିଲେ । ତା’ ପରେ ଋତୁପଣ୍ଡା ତାଙ୍କ ଚାକିରୀ ଛାଡ଼ି ଦେଇଥିଲେ । କାରଣ, ଜେଜେଙ୍କୁ ଦିନ ରାତି ପଇସାଟିଆ ଲୋକଙ୍କ ଜିମା ଛାଡ଼ିଦେବା ପାଇଁ ସେ ଆଦୌ ରାଜି ନ ଥିଲେ । ଜେଜେଙ୍କ ହାତ ଧରିଲେ ହିଁ ସେ ଚାଲିପାରୁଥିଲେ; ଗାଧୁଆ ଘର ଭିତରକୁ ନେଲେ କମୋଡ୍‌ରେ ବସେଇ କବାଟକୁ ଆଉଜେଇ ଦେଇ ଆସୁଥିଲେ; ଯାହା କହିଲେ ତାହା ହିଁ ଖାଉଥିଲେ । ତେଣୁ ଜଣେ କିଏ ହେଲେ ନିରବଚ୍ଛିନ୍ନ ଭାବରେ କ୍ଷେତ୍ର ମୋହନଙ୍କ ପାଖେ ପାଖେ ରହିବା ଦରକାର; ଏଇ ବିଚାରରେ ଦିନରେ ଋତୁପର୍ଣ୍ଣା ଏବଂ ରାତିରେ ନର୍ସ ତାଙ୍କ ପାଖରେ ଜଗି ରହୁଥିଲେ । ତାହା ହିଁ ଋତୁପଣ୍ଡାଙ୍କ ଚାକିରୀ ଛାଡ଼ିବାର କାରଣ ଥିଲା । ଡାକ୍ତରୀ ଔଷଧ ତ ଦିଆ ଯାଉଥିଲା । ତା' ଛଡ଼ା ବିକଳ୍ପ ଚିକିତ୍ସାର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା । ଶାରିରୀକ ବ୍ୟାୟାମ, ଉତ୍ତାପ-ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଦୀର୍ଘ ଛଅ ମାସର ଚେଷ୍ଟା ପରେ କ୍ଷେତ୍ର ମୋହନ ସାର୍‌ଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଥିଲା । ଶଙ୍ଖନାଦ ୬୫