(ତିନି) ଅଦିନିଆଁ ଝଡ଼ରେ ବସା ହରେଇ ଦେଇଥିବା ବାଟ ବଣା ଚଢ଼େଇଟିକୁ ବାଟ କଢ଼େଇ ଆଣିଥିବା ଏହି ହସକୁଳା ଝିଅଟି ତାଙ୍କର କେଉଁ ଜନ୍ମର ସାଥୀ ଥିଲା? ଗୀତାରେ କୁହାଯାଇଥିବା ବାଣୀକୁ ନନାଙ୍କ ଠୁଁ ଶୁଣିଥିଲେ, “ପତ୍ର ପୁଷ୍ପ ଫଳଂ ତୋୟଂ ଯୋ ମେ ଭକ୍ତ ପ୍ରୟଛନ୍ତି ।” ଅର୍ଥ ହେଲା - ମୋତେ ଯିଏ ଯାହା ଦେଇ ଡାକିଲେ ମଧ୍ୟ, ମୁଁ ତାହା ଗ୍ରହଣ କରେ; ସେମାନଙ୍କ କଥା ଶୁଣିଥାଏ । - କିନ୍ତୁ କେବଳ ଯେ ଲୌକିକ ଫଳ ପତ୍ର ପାଣିର ଅଭିଷେକ, ତାହା ନୁହଁ । ସମ୍ପୂର୍ଣ୍ଣ ହୃଦୟର ସମର୍ପଣ ମଧ୍ୟ ତାଙ୍କ କାମ୍ୟ, ଏ କଥା ସେ ବହୁତ ଡେରିରେ ବୁଝିଲେ । ନିଜ ରକ୍ତମାଂସର ପରଶରେ ଜାତ ରମଣ ତ କେବେ ଆସି ତାଙ୍କର ଭଲ ମନ୍ଦ ପଚାରି ନ ଥିଲା । ତା’ର ସ୍ତ୍ରୀ ଆଜି ତାଙ୍କ ଯତ୍ନ ନେଉଛି ! କେବଳ ତାଙ୍କ ସେବା ଶୁଶ୍ରୂଷା ନିମନ୍ତେ ଚାକିରୀ ଛାଡ଼ି ଦେଇଛି । କର୍ମକାଣ୍ଡ ଉପରେ ବିଶ୍ଵାସ ହରେଇ ବସିଥିବା ମଣିଷ ଜଣକ ଜୀବନ ଯାତ୍ରାର ଏହି ମୌନ ପ୍ରହରରେ ପ୍ରହରୀ ଭୂମିକାର ଉପଲବ୍ଧି ନିଃସନ୍ଦେହରେ ଏକ ଅନିର୍ବଚନୀୟ ସନ୍ତୁଷ୍ଟି - ସମ୍ପର୍ଣ୍ଣ-ସ୍ଥିର ଭାବର ଉତ୍ପନ୍ନ କରାଇବା ଭଳି ସତରେ ଉପନୀତ ହେବା ପରେ ତାଙ୍କ ମନରେ ଥିବା ସମସ୍ତ ପ୍ରକାର ଗ୍ଳାନି ଓ ଅବସାଦ ଉଭେଇ ଯାଇଥିଲା । ତାଙ୍କ ନିକଟରେ ବିଶ୍ୱ ନିୟନ୍ତାଙ୍କ ଏଭଳି ସମାଧାନ ନୀତି ଏକ ଚମତ୍କାର ଓ ଅକୁଣ୍ଠିତ ଆଶୀର୍ବାଦ ବ୍ୟତୀତ ଅନ୍ୟ କିଛି ନ ଥିଲା । ୬୬ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୬୭
ଦେଖଣା