Jump to content

ପୃଷ୍ଠା:Shankhanada.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିତ୍ୟକର୍ମ ସାରିଲା ବେଳକୁ ଦୃଢ଼ ନିଶ୍ଚୟର ଶେଷ ବିନ୍ଦୁରେ ସେ ପହଞ୍ଚି ସାରିଥିଲେ । ନାତୁଣୀବୋହୂ ପାଖରୁ ସ୍ବାଭାବିକ ରୂପେ ମିଳୁଥ‌ିବା ଏହି ଆଭିଜାତ୍ୟପୂର୍ଣ୍ଣ ମର୍ଯ୍ୟାଦା ଏବଂ ଅନାୟାସ ଆତିଥେୟଠାରୁ ତାଙ୍କର ମନ ଅନେକ ଦୂରରେ ବୃଦ୍ଧାଶ୍ରମରେ ରହୁଥ‌ିବା ଅସହାୟ ଅନ୍ତେବାସୀମାନଙ୍କ ପାଖକୁ ଯିବାପାଇଁ ବ୍ୟାକୁଳ ହେବାରେ ଲାଗିଥିଲା । ସେ ସେଠାକାର ପ୍ରଥମ ବାସିନ୍ଦା ଥିଲେ । ତା' ପରେ ଜଣେ ଜଣେ କରି ଆସି ସେଠାରେ ରହିବାରେ ଲାଗିଥିଲେ । ପ୍ରଥମେ ତାଙ୍କପାଇଁ ଶିଶିର କାନ୍ତ ପାଖ ମଠରୁ ଖାଇବାପାଇଁ ଦି'ବେଳା ଆଣି ଦେଉଥିଲେ । ଧୀରେ ଧୀରେ ଯେତେବେଳେ ରହିବା ଲୋକଙ୍କ ସଂଖ୍ୟା ବଢ଼ିଲା, ପାଖ ଗାଁର ଜଣେ ସ୍ତ୍ରୀ ଲୋକ ଆସି ଖାଇବା ରାନ୍ଧି ଦେଇ ଯାଉଥିଲେ । ଆଶ୍ରମର ଆଉ ଅନ୍ୟାନ୍ୟ କାମ ସବୁ ଅନ୍ତେବାସୀମାନେ କରୁଥିଲେ । ନାତୁଣୀବୋହୂଠୁଁ ମିଳୁଥ‌ିବା ଆତିଥ୍ୟର ବନ୍ଧନରେ ସେ ଆଉ ବାନ୍ଧି ହୋଇ ରହିବେନି । ବରଂ ଶିଶିର କାନ୍ତକୁ ତା'ର ଲକ୍ଷ୍ୟରେ ପହଞ୍ଚିବାରେ ତାକୁ ସାହାଯ୍ୟ କରିବେ; ପୁଣି ଜଣେ କିଏ କ୍ଷେତ୍ର ମୋହନ ଅବସାଦ ଗ୍ରସ୍ତ ନ ହୁଅନ୍ତୁ । ନିଜ ନିଶ୍ଚୟରେ ନିଶ୍ଚିତ ହୋଇ ସାର୍ ନିଜକୁ ଅନେକ ସୁସ୍ଥ ଓ ପ୍ରଫୁଲ୍ଲିତ ମନେ କରୁଥିଲେ । ଋତୁପର୍ଣ୍ଣାଙ୍କଠାରୁ ନମ୍ବର ଆଣି ସେ ଶିଶିର କାନ୍ତ ପାଖକୁ ଫୋନ କଲେ । ତାଙ୍କ ଭଲ ହେବା ଖବର ଶୁଣି ଶିଶିର କାନ୍ତ ଅତି ଖୁସି ହୋଇ କହିଲେ, “ମୁଁ ତ ଆଶା ଛାଡ଼ି ଦେଇଥୁଲି ସାର୍ । ହେଲେ ଭଗବାନଙ୍କ ଇଚ୍ଛା ହିଁ ମୂଳ ।” “ହଁ, ତାହା ନୁହଁ ତ ଆଉ କ'ଣ?” ସେ ଶିଶିର କାନ୍ତକୁ କହିଲେ, “ମୁଁ ଆଶ୍ରମକୁ ଫେରିଯିବାକୁ ଚାହୁଁଛି । ହେଇପାରିବ?" - ହେଇପାରିବ? ସାର୍, ଲଜିତ କରୁଛନ୍ତି । ଆଶ୍ରମ ଆପଣଙ୍କର । ଆପଣ ଯେବେ ବି ଆସିପାରନ୍ତି । ଶଙ୍ଖନାଦ | ୬୭