ତା'ହେଲେ ଟିକଟ କରି ଏଇ ନମ୍ବରରେ ମେସେଜ କରିଦିଅ । ମୋ ପେନ୍ସନ୍ ମିଳିଗଲେ ତମ ପଇସା ଫେରେଇ ଦେବି । ମୁଁ ବ୍ରହ୍ମପୁର ଫେରିଯିବି । ବାର୍ତ୍ତାଳାପ ଶୁଣୁଥିବା ଋତୁପର୍ଣ୍ଣା ଆକଟ କରି କହିଲେ, "ନାହିଁ ଜେଜେ, ହେବନି । ତମକୁ ଆମେ ଛାଡ଼ିବୁନି । ଏ ବୟସରେ ତମେ ଯାଇ ପୁଣି ସେ ଆଶ୍ରମରେ ରହିବ?” କ୍ଷେତ୍ର ମୋହନ ସାର୍ ଅଳ୍ପ ହସି ବୁଝେଇଲା “ମୁଁ ଆଉ ସେଇଠି କେବଳ ରହିବାକୁ ଯିବିନି । ବରଂ ସହାୟକ ହେବ ।” ଭଳି କହିଲେ, ଶିଶିର କାନ୍ତର ଋତୁପର୍ଣ୍ଣା ବିଶ୍ବାସ କରି ପାରିଲେନି । ଦର ହସିଲା, ତଟସ୍ଥ ହୋଇ ଜେଜେଙ୍କୁ ଚାହିଁ କହିଲେ, “ନା ନା, ହେଇ ପାରିବ ନାହିଁ । ଏ ବୟସରେ ଜେଜେ, ଏକୁଟିଆ ରହିବାଟା ଠିକ୍ ନୁହେଁ । ତମର ଦେଖାଶୁଣା କରିବ କିଏ?” - କାହିଁକି, ମୋର କ'ଣ ଅସୁବିଧା ହେଲେ, ତମେ ଅଛ । ରମଣ ଅଛି । ଶିଶିର କାନ୍ତ ଅଛି । ଭାବୁଥିଲି, ଏ ଦୁନିଆରେ ମୁଁ ଏକୁଟିଆ । ଅବସର ନେଲା ପରେ ଯେ ଜୀବନ ସମାପ୍ତ ହୋଇଗଲା, ମୃତ୍ୟୁକୁ ଅପେକ୍ଷା କରି ରହିବା ଭୟ ମୋତେ ଦୁର୍ବଳ କରି ଦେଇଥିଲା । ମୁଁ ଏକଦମ ନିଶ୍ଚିନ୍ତ । ତମକୁ ଦେଖ୍ ମୋର ସବୁ ଅବସାଦ ତ୍ରୁଟି ଯାଇଛି । ରମଣର ଜୀବନରେ ତମର ଆବିର୍ଭାବ ଆକସ୍ମିକ ନ ଥିଲା । ତାଙ୍କର ଆଶୀର୍ବାଦ ଥିଲା । ତାଙ୍କର ଆଶୀର୍ବାଦ ଥିଲେ ହେଁ ଅନ୍ତଃକରଣ ଶୁଦ୍ଧତାର ସ୍ପର୍ଶ ଆମେ ପାଇପାରିବା । ତମ ଦୃଷ୍ଟିକୋଣର ଶୁଦ୍ଧତା ମୋତେ ଏକ ନୂଆ ଜନ୍ମର ଅନୁଭବ କରେଇ ପାରିଛି । ସେଥିପାଇଁ ତମକୁ ଅଶେଷ ଧନ୍ୟବାଦ । ସନ୍ଧ୍ୟାରେ ରମଣ ଆସିଲାବେଳେ ସେ ଓ ଋତୁପଣ୍ଡା ବାହାର ୬୮ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୬୯
ଦେଖଣା