(ଏକ) ଖଳାର ଛତୁ ଭଜା, ତା' ସହ ଭଜା ମୁଗର ଡାଲି । ବଗଡ଼ା ଚାଉଳର ଭାତ ହେଲେ ବି ତା’ର ଗରମ ଗରମ ବାଷିତ ପେଜୁଆ ବାସ୍ନାରେ ରଞ୍ଜିତାର ଭୋକ ବଢ଼ି ଯାଇଥିଲା । ଖୁଡ଼ି କଞ୍ଚା ଆମ୍ବର ଚଟଣୀ ଆଣି ଯେତେବେଳେ ପରଶି ଦେଇ ଗଲେ, ସତକୁ ସତ ସେ ଲାଳେଇ ଗଲା । ପ୍ରଥମେ ଆମ୍ବ ଚଟଣୀରୁ ଖାଇବା ଆରମ୍ଭ କରିଥିଲା । ଆ, ଅନେକ ସମୟ ଧରି ଅତୃପ୍ତ ରହିଥିବା ଜିହ୍ଵାର ଲାଳ ରନ୍ଧ୍ରମାନଙ୍କ ଭିତରେ ଚଟଣୀର ସ୍ବାଦ ଯେମିତି ସୁସ୍ବାଦୁତାର ରସରେ ପରିପୂର୍ଣ୍ଣ କରି ଦେଇଥିଲା । ଖୁଡ଼ି ପାଟି କରି ଉଠିଲେ, “ଭାତ ଖାଅ ମ ମାନି, ଖାଲି ଆମ୍ବ ଚାଟୁଛ ।” ଜେଜେ ମାଆ ତାଙ୍କ କଥାକୁ କାଟିଲେ, “ତୋର ଅଦ୍ଭୁତ କଥା ବୋହୂ । ଦେଖୁଛୁ, ପୂରା ମଣିଷଟା ।” ମାନିନୀ ଲାଜେଇ ଯାଇ ଖୁଡ଼ିଙ୍କୁ ଚାହିଁଲା । ଖୁଡ଼ି ରନ୍ଧାଘର ଦ୍ବାର ମୁହଁରେ ଠିଆହୋଇ ହସୁଥିଲେ । ହସୁରା ଖୁଡ଼ି । ହସିଲେ ଖୁଡ଼ି ଖୁବ ସୁନ୍ଦର ଦେଖା ଯାଆନ୍ତି । ଭୁବନେଶ୍ବର ରହଣି ସମୟରେ ନିର୍ମଳ ବସନ୍ତ ଅପରାହ୍ନର ଉତ୍ତରା ପବନର ତାଳେ ତାଳେ ଘଣ୍ଟି ବଜେଇ ବଜେଇ ଠେଲାଗାଡ଼ିରେ ବିଭିନ୍ନ ସ୍ବାଦର ପସରା ଧରି ଆସୁଥିବା ଦୋକାନୀର ନିତିଦିନିଆ ଗରାଖ ଥିଲା ସେ । ଦହି ବରା, ଟମାଟ-ପିଆଜ-ବେସନର ଚକୁଳି ଖାଇସାରିଲା ପରେ ଆଙ୍ଗୁଠି ଚାଟିଚାଟି ଅଧା ମେଲା ମୁଖ୍ୟ ଫାଟକକୁ ବନ୍ଦ କରି ୭୨ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୭୩
ଦେଖଣା