ପଛକୁ ଫେରି ଚାହିଁ ମାନିନୀ ଦେଖୁଥିଲା, ବୋଉ ଦ୍ବାର ମୁହଁରେ ଠିଆ ହୋଇଛନ୍ତି କି ନାହିଁ । ଯଦି ଠିଆ ହୋଇଥର ଦେଖେ, ପାଟିକୁ ହସ ଟାଣି ଆଣି କହେ, “କିଛି ଖାଇନି ବୋଉ, ସେ କିଣିବାକୁ କହୁଥିଲା । ମୁଁ ନାହିଁ କରିଦେଲି । କହିଲି, ମୋ ବୋଉ ଗାଳି କରିବେ । ମୁଁ କିଣିବିନି । ଭଲ କଲି ନା ବୋଉ?” ହସିହସି ମିଛ କହିଲେ ବି ତାଙ୍କ ଆଗରେ ମାନିନୀ କେବେ ହେଲେ ପାରିନି । ତା' ବୋଉ ହସନ୍ତି । କହନ୍ତି, “ତୁ କହିଲୁ, ଆଉ ସେ ବିଶ୍ବାସ କରିଦେଲା !” ମାନିନୀ ବୋଉଙ୍କ ବେକ ଧରି ଓହଳି ପଡ଼ି କହେ, “ମୋ ବୋଉଙ୍କ ନା ଧରିଛି । ସେ ବିଶ୍ବାସ କରିବନି? ଏତେ ସାହାସ ତା'ର?" ଝିଅର ଚିବୁକ ଧରି ବୋଉ ଟିକେ ହଲେଇ ଦିଅନ୍ତି, “ହଁ ସତ କଥା । ତୋ'ର ଇଏ ସବୁ ଦେଖୁଥିବ । ନାଇଁ?" ବୋଉ ତା' ବଢ଼ନ୍ତା ପେଟ ଆଡ଼େ ଆଙ୍ଗୁଠି ଦେଖେଇ କହନ୍ତି । ମାନିନୀ ସତକୁ ସତ ପ୍ରକୃତିସ୍ଥ ହୋଇଯାଏ । ପାଟିରୁ ତା’ର ହସ ଉଭେଇଯାଏ । ସତ କଥା । ସେ ଯାହା କିଛି ବି କରୁଥିଲା, ତା' ପେଟର ଛୁଆ ପାଇଁ ହିଁ ଥିଲା । ଆଜି କାଲିର ଦୁନିଆରେ ଭଲ ମଣିଷଟିଏ କରି ଗଢ଼ି ତୋଳିବା ଯେ କେତେ କଷ୍ଟକର, ବୋଉଙ୍କୁ ଦେଖ୍ ସେ ବୁଝି ପାରୁଥିଲା । ପିଲାଙ୍କ ପାଇଁ ତାଙ୍କର ଅବିରତ ପରିଶ୍ରମ ପାଖରେ କାହାରି ଆକଟ କିମ୍ବା ହସ୍ତକ୍ଷେପ ମଧ୍ୟ ବାଧା ସୃଷ୍ଟି କରି ପାରୁ ନ ଥିଲା । ଗାଁ ଘରେ ରନ୍ଧା ସିମେଣ୍ଟ ଚଟାଣରେ ସେ ଘରକୁ ଲାଗି ରହିଥିବା ଲମ୍ବା ଓସାରିଆ ଖାଇବାକୁ ବସିଥିଲା । ପାଖରେ ଅଶୀ ଶଙ୍ଖନାଦ| ୭୩
ପୃଷ୍ଠା:Shankhanada.pdf/୭୪
ଦେଖଣା