Jump to content

ପୃଷ୍ଠା:Shankhanada.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବର୍ଷ ବୟସୀ ଜେଜେ ମାଆ ଗୋଡ଼ ଲମ୍ଵେଇ ବସିଥିଲେ । କୋଟରଗତ ଚକ୍ଷୁ, ଶୁଖୁଲା-ରକ୍ତଶୂନ୍ୟ-ଚର୍ମ-ଜର୍ଜରିତ ଆଣ୍ଠୁ ଉପରେ ପଡ଼ିଥ‌ିବା ଶୀତ-ପାଉଁଶିଆ ଦୁଇ ହାତରେ ଦୁଇ ପଟ ସରୁସରୁ ସୁନା ଚୁଡ଼ି ଥିଲା । ପାକୁଆ ପାର୍ଟି, ଓହଳା ଗାଲର ଦୁଇ ପାଖରୁ ସେ ଯେତେବେଳେ ହସିବା ପାଇଁ ଓଠ ଦୁଇଟିକୁ ସଂପ୍ରସାରିତ କରୁଥିଲେ, ଅତି ଦୟନୀୟ ଦେଖା ଯାଉଥିଲେ । ବାବା ଅନେକ ଥର ଡାକିଲେଣି, “ବୋଉ, ଏଇଠିକୁ ଆସେ । ତୋ’ ପାଇଁ ପାଣି ପବନ କିଛି ବଦଳିବ ।” କିନ୍ତୁ ଜେଜେମାଆଙ୍କ ଚିନ୍ତାଧାରା ଭିନ୍ନ ଥିଲା । ଶାଶୁଘର ବଂଶ ପରମ୍ପରାକୁ ଆପଣେଇ ଧରି ରଖ୍ ସେ ଆଜି ବି ଗାଁ'ରେ ପ୍ରଶଂସିତ ହେଉଛନ୍ତି । ବଡ଼ ପୁଅ ପାଖରେ ତାଙ୍କ କ'ଣ ସେ ସମ୍ମାନ ମିଳି ପାରିବ? ଷାଠିଏ ବର୍ଷ କାଳ ଯାହାର ପାଣି ପବନର ବାତାବରଣରେ ସମସ୍ତଙ୍କୁ ଏଡ଼ିଟିରୁ ଏଡ଼ିଟିଏ କରିଛନ୍ତି, ମରଣ କାଳରେ ସେହି ବାତାବରଣକୁ ସିଏ କ'ଣ ହତାଦର କରି ପାରିବେ? ବରଂ ନିଜ ଘର ବାରଣ୍ଡାରେ ଗୋଡ଼ ଲମ୍ଵାଇ ବସି ଘର ସମ୍ମୁଖରେ ଥ‌ିବା ମନ୍ଦିରକୁ ସକାକୁ ସଞ୍ଜରେ ଯିବା ଆସିବା କରୁଥିବା ଚିହ୍ନା ପରିଚୟଙ୍କ ଖବର- ଅନ୍ତର ବୁଝୁବୁଝୁ ତାଙ୍କର ସମୟ କଟି ଯାଉଥିଲା । ଆଈ ଘର ଗାଁ ଧାଈ ହାତରେ ମାନିନୀର ଜନ୍ମ, ପାଳନ ପୋଷଣ ହେଲା ଭୁବନେଶ୍ବରରେ । ବାହା ହେଲା ମୁମ୍ବାଇରେ । ବାସିନ୍ଦା ହେଲା ମଧୁମୟଙ୍କ ଚାକିରୀ କ୍ଷେତ୍ର ଝରିଆର । ସହରର ପାଣି ପବନରେ ପ୍ରତିପାଳିତ ହେଲେ ବି ଗାଁ'ର ଆକର୍ଷଣ ମାନିନୀ ପାଇଁ ଅଧିକ ଥିଲା । ଗାଁ ମାଟିର ସୁଗନ୍ଧରେ ସେ ଆତ୍ମହରା ହୋଇ ଉଠୁଥିଲା । ଆଗରୁ ଅନେକଥର, ବାହା ହେବା ଆଗରୁ ବାବା ମାମା ସହ, ବାହା ହେଲା ପରେ ମଧୁମୟ ସହ ମାନିନୀ ଗାଁକୁ ଆସିଛି । କିନ୍ତୁ ୭୪ ଶଙ୍ଖନାଦ