(ଦୁଇ) ଗଣ୍ଡମୁଣ୍ଡା ଘର ବାହାର ବଗିଚାରେ ଥିବା ଶେଫାଳି, କଦମ୍ବ ଓ ବେଲ ଗଛର ନୁଆଁଣିଆ ଛାଇ ତଳେ ଭୁବନେ ଶ୍ବ ର ର ନିତିଦିନିଆ ଅପରାହ୍ନ ପବନକୁ ଉପଭୋଗ କରିବାକୁ ଚୌକି ପକେଇ ବସୁଥିଲା । ବୈଠକ ଭିତରର ପଙ୍ଖା ତଳେ ବସି ଟିଭି ଦେଖିବାକୁ ତା'ର ସ୍ପୃହା ନଥିଲା । ପୁରୁଣା ଓଡ଼ିଆ ଉପନ୍ୟାସ ପଢ଼ିବାକୁ ଭାରୀ ସଉକ ତା'ର । ସେଥିପାଇଁ ବାବା ବାଛିବାଛି ପୁରୁଣା ଓଡ଼ିଆ ବହିର ସମ୍ଭାର ଆଣି ତା' ପାଇଁ ରଖୁଛନ୍ତି । ମୁମ୍ବାଇର ଡାକ୍ତର ପଦ୍ମନାଭ କହିଥିଲେ, “ପେଟର ଛୁଆ ପାଇଁ ଟିଭି ଦେଖିବା ଅପେକ୍ଷା ବହି ପଢ଼ିବା ଭଲ ।” ଗାଁକୁ ଆସିଲେ ଦି'ପହରର ଖରା ଲେଉଟାଣିବେଳେ ମାନିନୀର ଅଭ୍ୟାସ ଥିଲା, ତୋଟା ଆଡ଼େ ଯାଇ ବୁଲିଆସିବା । ଘର ପଛ ପାଖେ ଗୁହାଳ । ଗୁହାଳରୁ ବାହାରି ଆଗକୁ ଗଲେ ସେଠାରୁ ଚାରି ଧାଡ଼ି ନଡ଼ିଆ ଗଛ । ପରେ ଆମ୍ବ, ବେଲ, ପଣସ ତୋଟାର ଆରମ୍ଭ । ତୋଟା ଅତିକ୍ରମ କଲେ ନଦୀ ପଠାରେ ପହଞ୍ଚି ହୁଏ । ଗହମିଆ ରଙ୍ଗର ସରୁ ବାଲିର ନଦୀ ପଠା । ଈଷତ୍ ରୂପେଲି ଦେଖା ଯାଉଥିବା ନଦୀ ପାଣି ଉପର ଦେଇ ଭାସି ଆସୁଥିବା ବସନ୍ତିଆ ପବନର ଭିଜା ଭିଜା ସୁଗନ୍ଧ ମାନିନୀକୁ ବେଶ୍ ଭଲ ଲାଗେ । ନଦୀକୂଳରୁ ଆସି ଗହଳିଆ ଆମ୍ବ ତୋଟାରେ ବୁଲୁବୁଲୁ ତଳକୁ ଓହଳି ପଡ଼ିଥିବା ପେନ୍ଥାକାର କଞ୍ଚା ଆମ୍ବ ରଞ୍ଜିତାର ଦୃଷ୍ଟିଗୋଚର ହୋଇଥିଲା । ପାଦ ଟିକେ ଉଠେଇ ତୋଳିବାକୁ ୭୬ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୭୭
ଦେଖଣା