ଚେଷ୍ଟା କଲା । ସଫଳ ହୋଇ ପାରିଲାନି ସେ । ଅନ୍ୟ ଦିନ ହୋଇଥିଲେ ଡେଇଁ ପଡ଼ି ତୋଳି ଦେଇଥାନ୍ତା । କିନ୍ତୁ ଆଜିର ପରିସ୍ଥିତି ଭିନ୍ନ । ସାହାସ ହେଲାନି । ନିରାଶରେ ମୁହଁ ବୁଲେଇ ଅନ୍ୟ ଏକ ଗଛ ଉପରକୁ ନଜର ଦେଉଥିଲା, ପାଖରେ ତଳେ ଭାରି ଜିନିଷ ପଡ଼ିବା ଶବ୍ଦ ଶୁଣି ଫେରି ଚାହିଁଲା । ପ୍ରଥମେ ଚାହୁଁଥିବା ଆମ୍ବ ପେନ୍ଥାଟି ତଳେ ପଡ଼ିଛି । କିଛି ଦୂରରେ ନଅ-ଦଶ ବର୍ଷର ଜଣେ ବାଳକ ହାତରେ ବାଟୁଳି ଧରି ଠିଆ ହୋଇଛି । ତଳୁ ସେ ଆମ୍ବକୁ ଉଠେଇଲା । ଇସାରାରେ ବାଳକଟିକୁ ଡାକି ପଚାରିଲା, “ଏ ଆମ୍ବ ତୁ ବାହାର କଲୁ?” ମୁଣ୍ଡ ହଲେଇ ମନା କରିବା ସୂଚାଇ ବାଳକଟି କହିଲା, “ମୁଁ ନୁହଁ । ଏ ବାଟୁଳି ବାହାର କଲା ।” ଉତ୍ତରର ବିଚକ୍ଷଣତା ମାନିନୀକୁ ହସିବା ପାଇଁ ବିବଶ କରିଥିଲା । ପେନ୍ଥାରୁ ଛୋଟ ଆମ୍ବଟିଏ ଛିଣ୍ଡାଇ ମାନିନୀ ତାକୁ ପାଖରେ ପଡ଼ିଥିବା ବଡ଼ ପଥରରେ ଛେଚିଲା । କେତେଟା ଚିହ୍ନ ଛଡ଼ା ଆମ୍ବରେ ଅନ୍ୟ କିଛି ପରିବର୍ତ୍ତନ ଦେଖା ଗଲାନି । ହାତରେ ଲାଗିଥିବା ଆମ୍ବ ଲସାର ଭଣ ଭଣ ବଉଳିଆ-ସୁଗନ୍ଧ ବାରି ହୋଇ ପଡ଼ୁଥିଲା । ବାଟୁଳି ଧରିଥିବା ବାଳକଟି ପାଖକୁ ଆସିଲା । ତା' ହାତରୁ ଆମ୍ବଟିକୁ ନେଇ ପଥର ଉପରେ ରଖ୍ ତା’ ଉପରେ ହାତକୁ ମୁଠା କରି ଛେଚିଲା । ଆମ୍ବ ଦୁଇ ଫାଳ ହୋଇଗଲା । ଭିତରୁ ଧଳା ସରସର କୋଇଲି ବାହାରି ତଳେ ପଡ଼ିଗଲା । ଆମ୍ବ ଦୁଇ ଫାଳ ମଧ୍ୟରୁ କୋଇଲିଟିର ବାହାରିଯିବା ଦୃଶ୍ୟ ମାନିନୀକୁ ସ୍ତବ୍ଧ କରିଦେଲା । ଗୋଟିଏ ମୁହୁର୍ଭ ପାଇଁ ବିଦ୍ୟୁତ୍ ତରଙ୍ଗର ଶିହରଣ ତା' ଦେହରେ ଖେଳିଗଲା । ତା'ର ବୋଧ ହେଲା, ଆମ୍ବ ଭିତରୁ କୋଇଲି ନୁହେଁ, ତା'ର ଛୁଆ ବାହାରି ଆସିଛି । ଶଙ୍ଖନାଦ | ୭୭
ପୃଷ୍ଠା:Shankhanada.pdf/୭୮
ଦେଖଣା