ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
“ନିଅ, ଆମ୍ବ ଖାଇବ ।” - ବାଳକଟିର ସମ୍ବୋଧନରେ ସେ ସଚେତ ହେଲା । ଦେଖିଲା, ବାଳକଟି ସବୁତକ ଆମ୍ବ ନିଜେ ରଖ୍ ଖଣ୍ଡେ ତାକୁ ଦେଉଛି । ପଥରଟି ଉପରେ ମାନିନୀ ବସିଲା । ପାଟିରେ ଆମ୍ବକୁ ଦେଉଦେଉ ତାକୁ ପଚାରିଲା, “ତୋ’ ନାଆଁ କ'ଣ?” “ବିଚିତ୍ରା ।” “ମୋତେ ଚିହୁ?” ମୁଣ୍ଡ ହଲେଇ ଅସମ୍ମତି ସୂଚାଇଲା ସେ । “ମୋ ନାଁ ମାନିନୀ । ତୁ କୋଉ କ୍ଳାସରେ ପଢୁ?” “ପଞ୍ଚମରେ ।” “ଆଜି ସ୍କୁଲ ଯାଇନୁ?” “ଯାଇଥିଲି । ସ୍କୁଲ ଛୁଟି ହୋଇସାରିଲାଣି ।” ସତେ ତ । ମାନିନୀର ମନେ ପଡ଼ିଲା । ସେ ଆସିଲାବେଳେ ସତ୍ୟ ଘରେ ନ ଥିଲା । ସତ୍ୟ କକାଙ୍କ ଦଶ ବର୍ଷର ପୁଅ । ଖୁଡ଼ି କହୁଥିଲେ, ସତ୍ୟ ସ୍କୁଲକୁ ଯାଇଛି । “ତୁ ସତ୍ୟକାମକୁ ଚିହ୍ନ?” ସେ ମୁଣ୍ଡ ଟୁଙ୍ଗାରି ହଁ କଲା, “ହଁ, ସେ ମୋ ସାଙ୍ଗ । ତମେ କ'ଣ ଆମ ସ୍କୁଲର ନୂଆ ମାଷ୍ଟ୍ରାଣୀ?” ରଞ୍ଜିତା ହସିଲା, “ଆରେ ନାଇଁ, ମୁଁ ସତ୍ୟକାମର ଭଉଣୀ । ମାଷ୍ଟ୍ରାଣୀ କାହିଁକି ହେବି?” ୭୮ ଶଙ୍ଖନାଦ