Jump to content

ପୃଷ୍ଠା:Shankhanada.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

“ସତ୍ୟକାମର ଭଉଣୀ? କାହିଁ, ମୁଁ ତ ତାଙ୍କ ଘରେ ତମକୁ କେବେ ଦେଖୁନି ।” "ମୁଁ ଭୁବନେଶ୍ବରରେ ରହୁଛି ତ", ସେଥ‌ିପାଇଁ ମୋତେ ଦେଖୁନୁ ।” “ଓ ହୋ ।” ସେ ବୁଝିଲା ପରି ସ୍ବଗତୋକ୍ତି କଲା । ବିଚିତ୍ରାର ବ୍ୟବହାରରେ ରଞ୍ଜିତା ହସିଲା । ଆମ୍ବ ଗଛର ଡାଳ-ପତ୍ର ଦେଇ ସୂର୍ଯ୍ୟଙ୍କର କ୍ଷୀଣ ରଶ୍ମି ବିଚିତ୍ରାର ମୁହଁରେ ପଡ଼ି ସେଠାରେ ଚିତ୍ର ବିଚିତ୍ର ସୃଷ୍ଟି କରୁଥିଲା । ମୁହଁ ଉପରେ ପଡୁଥ‌ିବା ଆଲୋକ ପାଇଁ ସେ ବ୍ୟସ୍ତ ନ ଥିଲା । ରଞ୍ଜିତାକୁ ଏକ ଲୟରେ ଚାହିଁ ରହିଥିଲା । “ବିଚିତ୍ରା !!!” ତା’ ନାଁ ଧରି ଅନେକ କଣ୍ଠରେ ଡାକିବାର ଶୁଣାଗଲା । ତିଳେ ବି ବିଳମ୍ବ ନ କରି ପଛକୁ ବୁଲି ସେ ଦୌଡ଼ିଦୌଡ଼ି ପଛରେ ତାକୁ ଡାକୁଥ‌ିବା ସାଙ୍ଗମାନଙ୍କ ମେଳରେ ହଜିଗଲା । ତୋଟାଠାରୁ ଦୂରକୁ ଦୂରକୁ ଚାଲି ଯାଉଥ‌ିବା ପିଲାମାନଙ୍କ କମି ଯାଉଥିବା କୋଳାହଳ ମଧ୍ୟରେ ସେମାନଙ୍କ ଯିବା ପଥକୁ ଚାହିଁ ପଥର ଉପରେ ବସି ରଞ୍ଜିତା ନିଜ ବିଚାର ଭିତରେ ନିମଗ୍ନ ହୋଇ ଯାଇଥିଲା । ବିଚିତ୍ରାକୁ ଦେଖ୍ ତା' ଗର୍ଭରେ ଥ‌ିବା ସନ୍ତାନ ବିଷୟ ତା’ ମନକୁ ଆସିଲା । ସେ କ'ଣ ବିଚିତ୍ରା ପରି ହେବ? ଗୋଟିଏ ମୁହୂର୍ତ୍ତ ପାଇଁ ଶିହିରି ଉଠିଲା ସେ । ଶଙ୍ଖନାଦ । ୭୯