(ତିନି) ଯେଉଁ ଦିନ ସେ ଜାଣିଲା ଯେ ସେ ଗର୍ଭବତୀ ହୋଇଛି, ଅଜଣା ଆନନ୍ଦରେ ପୁଲକିତ ହୋଇ ଉଠିଥିଲା ସେ । ଶରତ ଶେଷରେ ପ୍ରାକ୍ ଶୀତ-ହେମନ୍ତର ବାସ୍ନାକୁ ଶୁଙ୍ଘି ପାରୁଥିଲା ମାନିନୀ । ସକାଳୁ ସକାଳୁ ମଧୁମୟଙ୍କ କ୍ବାର୍ଟର ବାହାର ବୃକ୍ଷ ପଲ୍ଲବରେ ଦୃଶ୍ୟମାନ ଟୋପା ଟୋପା କାକର ବିନ୍ଦୁ ହେମନ୍ତ ଉପସ୍ଥିତିର ସୂଚନା ଦେଇ ପାରୁଥିଲେ । ଅତି ସଙ୍କୋଚରେ ଏ ବିଷୟ ମଧୁମୟଙ୍କୁ କହିପାରି ନଥିଲା । ମୋବାଇଲରେ ମାମାଙ୍କ ସହ ସବୁଦିନେ କଥା ହେଉଥିଲାବେଳେ ତା'ର ସନ୍ଦେହ ବିଷୟ କହିଥିଲା । ଶୁଣୁଶୁଣୁ ମାମା ଆନନ୍ଦରେ ବିହ୍ବଳ ହୋଇଯାଇଥିଲେ । ପରୀକ୍ଷା କରେଇ ନେବାକୁ କହିଥିଲେ । ଶାଶୁ ଶୁଣୁ ଶୁଣୁ ପୁଲକି ଉଠିଥିଲେ । ଯେହେତୁ ତାଙ୍କର ତିନି ପୂର୍ବପୁରୁଷଙ୍କ ଝିଅ ଜନ୍ମ ହୋଇ ନ ଥିଲେ, ତାର ଝିଅ ନିଶ୍ଚୟ ହେବ, ଏ କଥା ମଧ୍ୟ କହିଥିଲେ । କିନ୍ତୁ ମାନିନୀର ପୁଅ ଇଚ୍ଛା ଥିଲା । ସନ୍ଧ୍ୟାରେ ଯେତେବେଳେ ଖଣି ଭିତରୁ ମଧୁମୟ ଘରକୁ ଫେରିଥିଲେ, ତା’ ସନ୍ଦେହ ବିଷୟରେ କହିଥିଲା । ଥିଲା । ପରୀକ୍ଷା କଲା ପରେ ଜଣା ପଡ଼ିଥିଲା, ତା' ସନ୍ଦେହ ସତ ଶୁଣୁ ଶୁଣୁ ତା’ ଭିତରେ ମାତୃତ୍ଵ ସ୍ପର୍ଶର ତରଙ୍ଗାୟିତ ଶିହରଣ ଖେଳି ଯାଇଥିଲା । ଗୋଟିଏ ମୁହୂର୍ତ୍ତ ପାଇଁ ସେ ଅନୁଭବ କରିଥିଲା, ତା' ଚାରିପଟର ଆକାଶରୁ ଅନବରତ ବରଫ ଗୁଣ୍ଡ ୮୦ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୮୧
ଦେଖଣା