ଝଡ଼ୁଛି, ତା' ଚାରିପାଖେ ଖେଳେଇ ହେଇ ଯାଇଛି, ଗଦା ଗଦା ବରଫର ଧଳା ସ୍ତୁପ ଉପରେ ଠିଆ ହୋଇ ସେ ଆନନ୍ଦରେ ଆତ୍ମହରା ହୋଇ ପଡ଼ିଛି । ଚତୁର୍ଦିଗରୁ ବରଫ ଆଚ୍ଛାଦିତ କୁହୁଡ଼ିଆ ବାତାବରଣ ଭିତରେ ସେ ନିଜେ ତା' ଚେହେରା ଅତି ପରିଷ୍କାର ରୂପେ ଦେଖ୍ ପାରୁଥିଲା । ଶାଶୁଙ୍କ ଆଶା, ତା'ର ଇଚ୍ଛା ବିଷୟ ମଧୁମୟଙ୍କ ଆଗରେ ବ୍ୟକ୍ତ କରିଥିଲା I ମଧୁମୟ କିଛି ନ କହି ଚୁପ୍ ରହିଥିଲେ । ସେ କିନ୍ତୁ ପୁଅ ଝିଅ ଗଠନ ପ୍ରକ୍ରିୟା ଜାଣି ମଧ୍ଯ ପ୍ରାର୍ଥନା କରିଥିଲା, ତା'ର ପୁଅ ହେଉ । ହଁ, ତା'ର ପୁଅ ହିଁ ହେବ । ଆମ୍ବ ଗଛ ତୋଟା ତଳେ ଲାଲ ରଜ୍ଜୁରେ ବନ୍ଧା ସୂର୍ଯ୍ୟଙ୍କ ବାହୁଡ଼ା-ବିଜୟ ରୂପକ ରଶ୍ମି-ରଥର ସ୍ନାନ କିରଣରେ ବାସନ୍ତିକ ସନ୍ଧ୍ୟାର ଶୀତଳତା ଅନୁଭୂତ ହେବାରେ ଲାଗିଥିଲା । ମୁମ୍ବାଇରୁ ଆସିଲାବେଳେ ଡ. ପଦ୍ମନାଭ ସତର୍କ କରେଇ ଛାଡ଼ିଥିଲେ, “ବେଶି ଅସୁବିଧା ବସନ୍ତ ପବନ ।” ବସିବା ସ୍ଥାନରୁ ମାନିନୀ ଉଠିଲା । ଆଉ ବେଶି ସମୟ ଏହି ସମୟରେ ବାହାରେ ରହିବା ଠିକ୍ ନାହିଁ । ଆମ୍ବ ତୋଟା ଭିତରୁ ବାହାରି ଆସିଲା । ବାରିପାଖେ ନ ଯାଇ ସେ ଦାଣ୍ଡ ପାଖେ ଯିବାକୁ ଚାହିଁଲା । ସ୍ବସ୍ଥ, ସୁନ୍ଦର, ପରିଷ୍କାର ଗାଁ । ସହର ଅପେକ୍ଷା ଗାଁ ଗୁଡ଼ିକ ଅଧିକ ସ୍ଵଚ୍ଛ ଓ ପରିଷ୍କୃତ । ରାସ୍ତା ମଝିରେ ଥିବା ବଡ଼ କୂଅରୁ କାଖରେ ପାଣି ମାଠିଆ ନେଇ ନିଜନିଜ ଘରକୁ ଫେରୁଥିବା ଗାଁ ମାଇପି, ସ୍ଥାନେ ସ୍ଥାନେ ଟୋକାମାନଙ୍କ ସମାବେଶ, ଗାଁ ଦାଣ୍ଡରେ ଖେଳୁଥିବା ପିଲାମାନଙ୍କ ପାଟିତୁଣ୍ଡ ଭିତରେ ମାନିନୀକୁ ମନ୍ଦିରର ଶଙ୍ଖନାଦ| ୮୧
ପୃଷ୍ଠା:Shankhanada.pdf/୮୨
ଦେଖଣା