Jump to content

ପୃଷ୍ଠା:Shankhanada.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶଙ୍ଖ ଧ୍ବନି ଶୁଣାଗଲା । “ଏ ବଗ ନଖ ଦେ, ଏ ବଗ ନଖ ଦେ ।” - ଦଳେ ପିଲାଙ୍କ ପାଟି ଶୁଣି ଉପରକୁ ଚାହିଁଲା ମାନିନୀ । ମେଘ ଶୂନ୍ୟ ଆକାଶ ବକ୍ଷରେ ଦଳେ ବଗ ନୀଡ଼ ଅଭିମୁଖେ ଉଡ଼ିଥିଲେ । ସାଙ୍ଗରେ ଆହାର ନିଶ୍ଚୟ ନେଉଥ‌ିବେ । ଗଛ ବସାରେ ହିଁ ହିଁ କରି ତାଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥ‌ିବା ଛୁଆମାନଙ୍କର ରାବ ସେମାନଙ୍କ କାନରେ ପଡ଼ୁ ନଥ୍ବ? ଚଞ୍ଚଳ ପାଦରେ ସେ ଘର ଅଭିମୁଖେ ଆଗେଇଲା । ଦାଣ୍ଡ ଦୁଆର ମୁହଁରେ ମାନିନୀକୁ ଦେଖ୍ ଖୁଡ଼ିଙ୍କ ସହ କଥା ହେଉଥ‌ିବା ସ୍ତ୍ରୀ ଲୋକ ଜଣକ ପଚାରିଲେ, “ବଡ଼ର ଝିଅ କିଲୋ ମନି?” “ହଁ ।” ତାଙ୍କ ପ୍ରଶ୍ନର ଉତ୍ତର ଦେଇ ସାରି ମାନିନୀକୁ ଚାହିଁ ଖୁଡ଼ି ପଚାରିଲେ, “ଏ ଯାଏଁ କୁଆଡ଼େ ସ୍କୁଲ ମାନି । ତମ ମା' ମୋତେ କେତେଥର ପଚାରି ସାରିଲେଣି । ଏବେ କକା ତମକୁ ଖୋଜିବାକୁ ବାହାରୁ ଥିଲେ ।” “ତୋଟା ଆଡ଼େ ଚାଲି ଯାଇଥିଲି ଖୁଡ଼ି ।” କହୁକହୁ ମାନିନୀ ଘର ଭିତରେ ପଶିଲା । ଗାଁରେ ଅଭାବ-ଅନାଟନ ମାଇପି- ରାଜନୀତିର ଜଟିଳତା ଭିତରେ ଯାହା ହେଲେ ବି ଜଣେ ପଡ଼ୋଶୀ ଅନ୍ୟ ଜଣେ ପଡ଼ୋଶୀଙ୍କର ଅଣିକଣିର ଖବର ରଖୁଥିଲେ । ସ୍ତ୍ରୀ ଜଣଙ୍କର ଜିଜ୍ଞାସାରେ ମାନିନୀ ବିରକ୍ତ ହୋଇ ନ ଥିଲା । ବରଂ ଖୁସି ଅନୁଭବ କରିଥିଲା । ସେ ଚିହ୍ନି ନଥିବା ଲୋକମାନେ ବି ତାକୁ ଚିହ୍ନିଛନ୍ତି । ଦାଣ୍ଡ ଘରେ ଚଟାଣ ଉପରେ ଗୋଡ଼ ଲମ୍ବାଇ ବସି ଜେଜେ ମାଆ ଲଣ୍ଡନର କାଚ ପୋଛୁଥିଲେ । ଲମ୍ବା ବାରିଯାଏଁ ଘର ଭିତରେ ୮୨ ଶଙ୍ଖନାଦ