Jump to content

ପୃଷ୍ଠା:Shankhanada.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅନ୍ଧକାର ବ୍ୟାପି ରହିଥିଲା । ମାନିନୀ ଅନୁମାନ କଲା, ବିଦ୍ୟୁତ- ଯୋଗାଣ ବିରତି ଜେଜେ । ମାଆ ତାକୁ ଦେଖୁଦେଖୁ ପଚାରିଥିଲେ, “ଏକୁଟିଆରେ ଏମିତି ଗାଁଆ ଭିତରେ ଯାଇ କାହିଁକି ବୁଲୁଛୁ?” “ତୋଟା ଭିତରେ ଥୁଲି । ଇସ୍, କେତେ ଆମ୍ବ ଆସିଛି ମାଆ ଏ ବର୍ଷ ଦେଖୁଛ?” “ତୋ କକା କହୁଥିଲା, ଏ ବର୍ଷ ଭଲ ଆମ୍ବ ଆସିଛି । ଦେଖୁଲୁ?” ମୁଣ୍ଡ ଟୁଙ୍ଗାରି ମାନିନୀ ହଁ କଲା । ଖୁଡ଼ି ଘର ଭିତରକୁ କହିକହିଁ ଆସିଲେ, “ସବୁଦିନେ ଆଠ ଘଣ୍ଟାରୁ ଦଶ ଘଣ୍ଟା କରେଣ୍ଟ ରହୁନି । କେତେଥର ତମ କକାଙ୍କୁ କହିଲିଣି, ଏମାରଜେନସି ଲାଇଟ୍ ଆଣ । ସତ୍ୟର ପାଠ ପଢ଼ା ନଷ୍ଟ ହେଉଛି । ଶୁଣିଥାନ୍ତେ ଭଲା ମୋ କଥା । ତମେ ଟିକେ କୁହ ମାନି ।” ତାଙ୍କ ପାଟିରୁ କଥା ଛଡ଼େଇ ଆଣି ଜେଜେ ମାଆ କହିଲେ, “ହଁ, ଆଉ ଟଙ୍କା ଖର୍ଚ୍ଚ ନ କଲେ ହେବ କି? ଦିନରେ ପଢୁନି ତୋ ପୁଅ!" ମାନିନୀ କହିଲା, “ଆଉ ସେ ଦିନ କାଳ ଅଛି ମାଆ? ପାଠ ନ ହେଲେ କିଛି କାମର ନାଇଁ, ବୁଝିଲ?” ପୁଣି ଖୁଡ଼ିଙ୍କୁ ଚାହିଁ ପଚାରିଲା, "ସତ୍ୟ କୁଆଡ଼େ ଗଲା ଖୁଡ଼ି? ମୁଁ ତାକୁ ସକାଳୁ ଦେଖୁନି ।” “ସେ ସ୍କୁଲରୁ ଆସିଲାବେଳେ ତମେ ନ ଥିଲ । ପାୱାର-କଟ୍ ସମୟ ଜାଣିଛି । ମନ୍ଦିର ଭିତରେ ଯାଇ ଖେଳୁଥ‌ିବ ।” ଶଙ୍ଖନାଦ| ୮୩