(ଚାରି) ଘର ସାମନାର ମନ୍ଦିରରୁ ଶଙ୍ଖ ଓ ଘଣ୍ଟା ଧ୍ୱନି ଶୁଣା ଯାଉଥିଲା । ରାତ୍ରର ପ୍ରଥମ ପ୍ରହର ପ୍ରାରମ୍ଭରେ ଆରମ୍ଭ ହୋଇଥିବା ଥଳ-ମୃଦଙ୍ଗ ତାଳର ତାଳେ ତାଳେ ସୁଲଳିତ କଣ୍ଠରେ ଭଜନ ଶାନ୍ତ ସୌମ୍ୟ ଗ୍ରାମ୍ୟ ପରିବେଶ ଝଙ୍କୃତ ହୋଇ ଯାଇଥିଲା । ମାନିନୀ ଅନୁମାନ କଲା ସତ୍ୟକାମ କକାଙ୍କ ସହ ତାଳରେ ତାଳ, କଣ୍ଠରେ କଣ୍ଠ ମିଳେଇ ମନ୍ଦିରର ଭଜନରେ ମାତି ଯାଇଥବ । ଜେଜେ ମାଆ ଉଠିଲେ । ଲଣ୍ଡନରେ ନିଆଁ ଧରେଇ ଦେଇ ସାରିଥିଲେ । ହାତରେ ଖଣ୍ଡେ ସଳିତା ଧରି ମନ୍ଦିର ଯିବାକୁ ବାହାରିଲେ, “ତୁ ମନ୍ଦିର ଯିବୁ ମାନି?” “ନା, ତମେ ଯାଅ ।” ଜେଜେ ମାଆ ମନ୍ଦିରକୁ ଚାଲିଗଲେ । ସଞ୍ଜ ସଳିତା ଆଣି ଖୁଡ଼ି ଦୁଆର ମୁହଁରେ ଗୋଟିଏ କୋଣେ ଜଳିଲା ଭଳି ରଖିଦେଇ ମୁଣ୍ଡରେ ଓଢ଼ଣା ଦେଇ ଓଳଗି ହେଲେ । ଭାରତୀୟ ସଂସ୍କୃତିର ଏହି କ୍ଷଣ ଗୁଡ଼ିକୁ ମାନିନୀର ପ୍ରିୟ ଥିଲା ଏବଂ ସେ ତାକୁ ଆଦରି ନେଇଥିଲା । ତା' ମାମା ଭୁବନେଶ୍ବରରେ ସବୁଦିନ ସନ୍ଧ୍ୟାରେ ଦ୍ବାର- ମୁହଁରେ ସଳିତା-ଦାନ କଲାବେଳେ ମାମାଙ୍କ ସହ ସେ ବି ଓଳଗି ହେବା ପାଇଁ ଜଗି ବସୁଥିଲା । ଖୁଡ଼ିଙ୍କୁ ଦେଖ୍ ଆଜି ବି ତା' ହାତ ଓଢ଼ଣା ପାଖକୁ ଚାଲିଗଲା । ମୁଣ୍ଡରେ ଓଢ଼ଣା ଦେଇ ମନରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲା, “ହେ ପ୍ରଭୁ, ମୋ ଛୁଆକୁ ଘଣ୍ଟ ଘୋଡ଼େଇ ଥ ।” ୮୪ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୮୫
ଦେଖଣା