Jump to content

ପୃଷ୍ଠା:Shankhanada.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କ'ଣ କରୁଥ୍ ସାତ ମାସର ଛୁଆଟା ତା’ ପେଟ ଭିତରେ? ମାଆ ଉପରେ ଦୃଷ୍ଟି ରଖୁଥ‌ିବ? ମା କ'ଣ ଖାଉଛି, କ'ଣ ପିଉଛି, କ'ଣ ଦେଖୁଛି, କାହା ସହ କଥା ହେଉଛି? ଉତ୍ତରାଙ୍କ ଗର୍ଭରେ ଅଭିମନ୍ୟୁ ଭଳି ! କାହା ଭଳି ହେବ ତା' ଛୁଆ? ମଧୁମୟଙ୍କ ଭଳି ନା ତା' ଭଳି? କେଲେଣ୍ଡରରେ ଛପା ଯାଇଥିବା କଅଁଳା ଛୁଆ ଅଥବା ଟିଭି ବିଜ୍ଞାପନ ଆସୁଥ‌ିବା ୱାଟସ୍-ଅପ୍ କିମ୍ବା ୟୁ-ଟ୍ୟୁବ୍‌ରେ ଛଡ଼ାଯାଉଥ‌ିବା ଭିଡ଼ିଓରେ ଥ‌ିବା ଅଦ୍ଭୁତ କ୍ରିୟା ପ୍ରଦର୍ଶନକାରୀ ଛୋଟ, ଗୁଲୁଗୁଲିଆ, ଠୁକୁ ଠୁକୁ ଚାଲୁଥ‌ିବା ଛୁଆମାନଙ୍କ ଭଳି ! କିମ୍ବା ସାଙ୍ଗସାଥୀ ମେଳରେ ବୁଲିବୁଲି ରାତି ଅଧରେ ଘରକୁ ଫେରିବ ଏବଂ କହିବ, “ଭୋକ ନାହିଁ ମାଆ, ଶୋଇ ପଡ଼ୁଛି ।” କିମ୍ବା ହସିବ, ଖେଳିବ, ବୁଲିବ । ଗାଁ ପିଲାଙ୍କ ଭଳି ତୋଟାରେ ବାଟୁଳି ମାରି ମାଙ୍କଡ଼ ହୁରୁଡ଼ଉ ହୁରୁଡ଼ଉ ଥକିଯାଇ ମାଆ କୋଳରେ ଶୋଇ ପଡ଼ିବ? ନା, ତା' ପୁଅ ତା' ଭଳି ହେବ । ତା’ର ଅବାଧ୍ଯ କେବେ ହେବନି । ରାତି ଆଠଟାବେଳେ ବିଜୁଳି ଆଲୁଅ ଆସିଥିଲା । ତା’ ସଙ୍ଗେସଙ୍ଗେ ପୂରା ଘର ଚଳ ଚଞ୍ଚଳ ହୋଇ ଉଠିଥିଲା । କକା, ସତ୍ୟକାମ ଜେଜେ ମାଆ ସହ ମନ୍ଦିରରୁ ଫେରି ସାରିଥିଲେ । ସତ୍ୟକାମ ଆସୁଆସୁ ମାନିନୀର ପିଠିରେ ଓହଳି ପଡ଼ିଥିଲା । ଖୁଡ଼ି ତାକୁ ଆକଟ କରିଥିଲେ, “ଦେଖେ, ଦେଖେ, ଦିଦିର ବେକ ଭାଙ୍ଗିଯିବ ।” ସତ୍ୟକାମକୁ ସେ ଆଗକୁ ଟାଣି ଆଣିଲା । ମହେନ୍ଦ୍ର ଭଳି ୮୬ ଶଙ୍ଖନାଦ