Jump to content

ପୃଷ୍ଠା:Shankhanada.pdf/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସତ୍ୟକାମ ହୃଷ୍ଟପୃଷ୍ଟ ନ ଥିଲା । ପତଳା, ଗୋରା ଦେହରେ ହାଫ୍ ପେଣ୍ଟ ଓ ଗଞ୍ଜି ଥିଲା । ସାଙ୍ଗସାଥୀ ମେଳରେ ଖେଳି ବୁଲି ମୁହଁ କଳା ପଡ଼ି ଯାଇଥିଲା । “ସକାଳୁ ତୋ’ର ଦେଖା ନାହିଁ । କୁଆଡ଼େ ଯାଇଥୁଲୁ କିରେ? ଏମିତି କାଳିଆ କରିଛୁ ମୁହଁକୁ । ତୋ' ସାଙ୍ଗ ବିଚିତ୍ରା ସହ ଦେଖା ହୋଇଥିଲା ।” ସଙ୍ଗେସଙ୍ଗେ ତା' ମୁହଁରେ ପରିବର୍ତ୍ତନ ଦେଖାଗଲା । ଦିଦି ଆଗରେ ଚକା ମାରି ବସି ପଡ଼ି ପଚାରିଲା, “କଉଠି ଦେଖିଲ ଦିଦି?” “ଆମ ତୋଟାରେ । ଦଳବଳ ମିଶି ଆମ୍ବ ତୋଳୁଥ୍ଲେ ।” ଚିନ୍ତା କଲା ଭଳି ଆଖ୍ ନଚେଇ ନଚେଇ ସତ୍ୟକାମ କହିଲା, “ହଁ, ସେଥ‌ିପାଇଁ । ମୁଁ ଭାବୁଛି ମୋତେ ଛାଡ଼ି ଦେଇ ଏମାନେ ସବୁ ସଞ୍ଜରେ କୁଆଡ଼େ ବୁଲୁଥିଲେ । ଆମ ତୋଟାକୁ ଯାଇଥିଲେ ତ, ମୋତେ ସେଥ‌ିପାଇଁ ସାଙ୍ଗରେ ନେଇ ନ ଥିଲେ । ମୁଁ ବୁଝିବି ତାଙ୍କ କଥା କାଲିକୁ ।” ଶଙ୍ଖନାଦ | ୮୭