(ପାଞ୍ଚ) ସତ୍ୟକାମ ଘଣ୍ଟାଏ କାଳ ପଢ଼ିଲା ପରେ କକା ତାକୁ ଧରି ଖାଇବାକୁ ଆସିଲେ । ଦାଣ୍ଡଘର ଖଟ ଉପରେ ଗଡ଼ତଡ଼ ହେଉଥିବା ଜେଜେ ମାଆ ଉଠି ଆସିଲେ । ରାତ୍ର ଭୋଜନକୁ ଖୁଡ଼ି ପରଶୁଥିବା ବେଳେ ଜେଜେ ମାଆ କକାଙ୍କୁ କହିଲେ, “କାଲି ସକାଳୁ ମାଗା ତେଲିକୁ କହିବୁ ସେରେ ଖାଣ୍ଟି ରାଶିତେଲ ଆଣି ଦେଇଯିବ ।" “ରାଶିତେଲ, ସେ ପୁଣି ସେରେ ! କ'ଣ କରିବୁ?” କକା ଆଶ୍ଚର୍ଯ୍ୟ ହୋଇ ପଚାରିଲେ । “ମାନଙ୍କୁ ପିଆଇବେ” - ଖୁଡ଼ି କକାଙ୍କୁ ଚାହିଁ କହିଲେ । ମାନିନୀର ହାତର ଭାତ ପାଟି ପାଖରେ ଅଟକି ଗଲା । ପ୍ରସାରିତ ଦୁଇ ନୟନରେ ସେ ଜେଜେ ମାଆଙ୍କୁ ଚାହିଁଲା, “ମୁଁ ପିଇବି ମାଆ? ରାଶିତେଲ? କ'ଣ ପାଇଁ?” “ପୋଖତିମାନଙ୍କ ପାଇଁ ରାଶିତେଲ ଭଲ । ତୋ’ ବାପା ଜନ୍ମ ବେଳକୁ ମୁଁ ଦି ସେର ପିଇଥିଲି ।" କକା ହସିଲେ । କହିଲେ, “ବୋଉ, ପ୍ରଥମ କଥା ମାଗା ତେଲି ବୁଢ଼ା ହୋଇଗଲାଣି । ତେଲଘଣା କେବେଠୁଁ ବନ୍ଦ ହୋଇଗଲାଣି । ଆଜିକାଲି ଖାଣ୍ଟି ରାଶି ମିଳିବା କଠିନ । ଆଉ ଖାଣ୍ଟି ରାଶିତେଲ କଉଠି ମିଳିବ? ଦ୍ୱିତୀୟରେ ମାନିର ଡାକ୍ତର କ'ଣ ରାଜି ହେବେ?” ୮୮ “ହଁ, ଆମ କଥା ଆଉ କିଏ ଶୁଣିବ? ବୁଢ଼ୀ ହେଲିଣି ତ ।” ଜେଜେ ମାଆଙ୍କ ସ୍ଵଗତୋକ୍ତିରେ ଖୁଡ଼ି ସାଙ୍ଗେ ସାଙ୍ଗେ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୮୯
ଦେଖଣା