ଘର କରଣା ବୁଦ୍ଧି ଖୁଡ଼ିଙ୍କର ଥିଲା । ନ ହେଲେ କି ଖାଲି ଚାଷ ଜମିରୁ ଆଦାୟ ରୋଜଗାରରେ ଘର ଚଳାଇ ପାରିଥାନ୍ତେ । ପ୍ରଥମେ କକା କେତେଦିନ ଯାଏଁ ବାବାଙ୍କ ପାଖରେ ଭୁବନେଶ୍ବରରେ ରହି ଭିନ୍ନ ଭିନ୍ନ ଚାକିରୀ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଜେଜେ ବାବାଙ୍କ ମୃତ୍ୟୁ ପରେ ଗାଁରେ ଆସି ରହିଗଲେ । ଚାକିରୀ ପାଇଁ ପୁନର୍ବାର ଚେଷ୍ଟା କରିବାକୁ ଇଚ୍ଛା ହିଁ କରି ନ ଥିଲେ । ବାବା ବୋଉଙ୍କ ଆଗ୍ରହ ଜେଜେ ମାଆଙ୍କ ନିଃସଙ୍ଗତା ପାଖରେ ହାର୍ ମାନିଥିଲା । ଜମି, ତୋଟାର ତତ୍ତ୍ବ ନେବା ପାଇଁ କକା ବାହାହୋଇ ଗାଁର ହୋଇ ରହିଗଲେ । ଜମି-ବାଡ଼ି ବିଷୟ ବୁଝାସୁଝା ସରିଲେ ଗାଁ ଚଉଁରା-ମୂଳ, ଜଗନ୍ନାଥ ମନ୍ଦିର, ଘର ବ୍ୟତୀତ କକାଙ୍କ ଆଉ କିଛି କାମ ନ ଥିଲା । ପଚାଶ ଭରଣ କେନାଲ ତଳ ଚାଷ ଜମି । ତା' ଉପରେ ବିରାଟକାୟ ଆମ୍ବ ତୋଟା । ଗୁହାଳରେ ଦି' ଯୋଡ଼ା ବଳଦ, ଗୋଟିଏ ଗାଈ । ଗୁହାଳରୁ ବାହାରେ ଥୁଆ ହୋଇଥିବା ଶଗଡ଼, ଲୁଦର ଓ ଜମି ଚାଷ ପାଇଁ ଥିବା ପାୱାର-ଟ୍ରିଲର । ଧାନ ରଖୁବା ପାଇଁ ବାରି ବାରଣ୍ଡାକୁ ଲାଗି ମାଟି ଗୋବର ଲିପା ଯାଇଥିବା ଦି'ଟା ବଡ଼ବଡ଼ ବାଉଁଶର ପୁଡ଼ୁଗ, କକାଙ୍କ ନିତିଦିନିଆ ଆବଶ୍ୟକ ଓ ମହତ୍ଵପୂର୍ଣ୍ଣ ସମ୍ପତ୍ତି ଥିଲା । ଏ ସବୁ ଆଗରେ ବାବାଙ୍କର କାର୍, ମାମାଙ୍କର ସାଜସଜ୍ଜାପୂର୍ଣ୍ଣ ବୈଠକଖାନାର ଆକର୍ଷଣ କକାଙ୍କୁ ଭୁବନେଶ୍ବରରେ ବାନ୍ଧି ରଖ୍ ପାରିବାର ଅନୁଭବ କେବେ ମାନିନୀ କରିନି । ବରଂ ଖୁଡ଼ି ସହରର ଆକର୍ଷଣରେ କେତେଦିନ ତାଙ୍କ ଘରେ ରହିବାକୁ ଚାହିଁ ଥାଆନ୍ତି । ସେଥିପାଇଁ ଜେଜେ ମାଆଙ୍କୁ ମଧ୍ୟ ତାଙ୍କ ସହ ରହିବାକୁ ବାଧ୍ୟ କରିଥାଆନ୍ତି । ପର ଦିନ ସନ୍ଧ୍ୟାରେ କକାଙ୍କ ସହ ବାବା ବୋଉ ପାଖକୁ ସେ ଫେରି ଯାଉଥିଲା । ଖୁଡ଼ିଙ୍କ କହିବା ଅନୁସାରେ ମାନିନୀକୁ ତେଲ ୯୦ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୯୧
ଦେଖଣା