ପିଆଇବା କଥା ସତରେ ଜେଜେ ମାଆଙ୍କ ମନେ ନ ଥିଲା । ଖୁଡ଼ିଙ୍କ ଉପସ୍ଥିତ ବୁଦ୍ଧିକୁ ସେ ମନେମନେ ପ୍ରଶଂସା ନ କରି ରହି ପାରିଲା ନାହିଁ । ଉତ୍କୃଷ୍ଟ ମାନିନୀ ମନେମନେ ବୋଉଙ୍କୁ ଖୁଡ଼ିଙ୍କ ସହ ତୁଳନା କରେ । କେଜାଣି କାହିଁକି ବୋଉ ଉପରେ ଦୟା ଆସିଥାଏ, ଯେତେବେଳେ କି ଖୁଡ଼ିଙ୍କ ଉପରେ ଅଧିକାର ଆସିଯାଏ । ବୋଧହୁଏ ତା'ର ଓ ଖୁଡ଼ିଙ୍କର ବୟସର ତାରତମ୍ୟ ବେଶି ନ ଥିବା ହେତୁ ଏହା ହୋଇପାରେ । ସିମେଣ୍ଟ ରାସ୍ତା ଛାଡ଼ି ଗାଁ ଉପକଣ୍ଠରୁ ଆରମ୍ଭ ହୋଇଥିବା ଗୋଡ଼ି-ମାଟି ରାସ୍ତା ଉପରେ କାର୍ ଯେତେବେଳେ ଗତି ଧରିଥିଲା, ମାନିନୀ ଦେଖୁଲା, ରାସ୍ତା କଡ଼େ ଥିବା ଧାଡ଼ି ଧାଡ଼ି ଧାନଖଳା ଆଗରେ ଦଳେ ପିଲା ଗୋଡ଼ା ଗୋଡ଼ି ଖେଳୁଛନ୍ତି । ବିଚିତ୍ରା ସେମାନଙ୍କ ସହ ଥିଲା । କାର୍ ଭିତରେ ମାନିନୀର କିଞ୍ଚିତ ମାତ୍ରର ଆଭାସରେ ଠିଆ ହୋଇପଡ଼ି ସେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲା । କାର୍ ତା' ପାଖରେ ରହି ନ ଥିଲା । ପଛକୁ ବୁଲି ମାନିନୀ କାର ପଛ ପାଖେ ଉଡୁଥିବା ଧୂଳି ଭିତରେ ବିଚିତ୍ରାର ଚେହେରାର ଅସ୍ପଷ୍ଟ ଆକୃତିକୁ ଦେଖିଥିଲା । ଖେଳ ବନ୍ଦ କରି ଧୂଳି ଦାଉରୁ ବଞ୍ଚିବା ପାଇଁ ଅର୍ଥ-ନିମୀଳିତ ଚକ୍ଷୁ ନେଇ ସେ କାର୍ ଦିଗକୁ ଚାହିଁ ରହିଥିଲା । କାର୍ରୁ ଉଡୁଥିବା ଧୂଳିରୁ ନିଜ ଆଖୁକୁ ବଞ୍ଚେଇବା ପାଇଁ ସେ କେତେ ଚେଷ୍ଟିତ ନ ଥିଲା ସତେ ! ବିଚିତ୍ରାର ସରଳ ବ୍ୟବହାର ତା' ମନରେ ଲିପିବଦ୍ଧ ହୋଇ ରହି ଯାଇଥିଲା । ମନରେ ତା'ର ଦୁଃଖ ଥିଲା । ଆସିଲାବେଳେ ସେ ବିଚିତ୍ରା ସହ ଚାହିଁ ବି ମିଶି ଆସି ପାରିଲା ନାହିଁ । ସତ୍ୟ କହୁଥିଲା, “ବିଚିତ୍ରା ଏଇଠି ତା' ମାଉସୀ ଘରେ ରହି ପଢୁଛି । ସେ ବାହାର ଗାଁ ପିଲା । ତା' ବାପା ବାହାରେ ରହି କାମ ଶଙ୍ଖନାଦ । ୯୧
ପୃଷ୍ଠା:Shankhanada.pdf/୯୨
ଦେଖଣା