ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
କରୁଛନ୍ତି । ତା' ଘରେ ପାଠ ପଢ଼ା କିଏ ବୁଝୁ ନାହାନ୍ତି ତ, ସେଥିପାଇଁ ।" ମାନିନୀର ମନ ହୋଇଥିଲା କାରକୁ ଅଟକେଇ ତା' ସହ ଦି ପଦ କଥା ହେବ । ମା'ଠୁଁ ଦୂରରେ ସେ କେମିତି ରହି ପାରିଛି? ନିଜ ଇଚ୍ଛାକୁ କକାଙ୍କ ଆଗରେ ପ୍ରକାଶ କରିପାରି ନଥିଲା । ଇଚ୍ଛା ଶକ୍ତି ନିକଟରେ ଅପ୍ରକାଶିତ ଭାବର ଦୁର୍ବଳତା ମୁଣ୍ଡ ଟେକି ଉଠିଥିଲା । କାର୍କୁ ଅଟକାଇ ପାରି ନ ଥିଲା । କାର୍ ତା' ଗନ୍ତବ୍ୟ ପଥରେ ଆଗକୁ ଗଡ଼ୁଥିଲା । ନଦୀ ପଠାର ତୋଟାମାଳ, ଗହମିଆ ରଙ୍ଗର ବାଲି କଡ଼େ କଡ଼େ ଦୁଧ ଅଳତା ରଙ୍ଗର ପାଣି, ମନ୍ଦିରର ଶଙ୍ଖ-ଘଣ୍ଟା ଧ୍ବନି, ଜେଜେ ମାଆଙ୍କ ବିଚାର, ଖୁଡ଼ିଙ୍କ ଛୁଆର ଲାଳନ ପାଳନ, ସତ୍ୟକାମ ଏବଂ ସର୍ବୋପରି ବିଚିତ୍ରା – ଏମାନଙ୍କ ଚଳନ୍ତି ଚିତ୍ର-ଲିପି ତା' ହୃଦୟ କନ୍ଦରରୁ ଫୁଲି ଫୁଲି ବାହାରକୁ ଆସୁଥିଲେ । ଏକ ଆତ୍ମସନ୍ତୋଷର ପରିପାଟୀରେ ସଜ୍ଜିତ ତା' ମନ-ମୟୂର ମେଘ ଶୂନ୍ୟ ନିଦାଘର ଅବେଳରେ ନାଚିବା ପାଇଁ ପ୍ରସ୍ତୁତ ହେଉଥିଲା । ୯୨ ଶଙ୍ଖନାଦ