Jump to content

ପୃଷ୍ଠା:Shankhanada.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(ଏକ) ସୂର୍ଯ୍ୟ ଆଲୁଅର ଛଟା ତୋଟା ଉହାଡ଼କୁ ଯିବାକୁ ଉଦ୍ୟତ ହେଉଥିଲା । ସନ୍ଧ୍ୟା ସମୟ ଏକୁଟିଆ ବିତେଇଲେ ମୁଁ ଶାନ୍ତି ପାଉଥ୍ଲି । ଅନ୍ଧାରର ଆଗମନ ପୂର୍ବରୁ ହିଁ ତାକୁ ଆପଣାର କରିବାକୁ ଆଗୁଆ ପ୍ରସ୍ତୁତ ହେଉଥୁଲି । ନାନୀଘର ଗାଁକୁ ଆସିଲେ ତୋଟା ଏବଂ ନଦୀ ପଠାରେ ସନ୍ଧ୍ୟା ବିତେଇବା ବହୁତ ପୁରୁଣା ଅଭ୍ୟାସ ଥିଲା । ନାନୀଘର ଭିତରୁ ବାହାରି ଆସି ମୁଁ ଗାଁ ଉପକଣ୍ଠ ଆଡ଼େ ଯିବାକୁ ବାହାରି ଥୁଲି । ଭାଇନାଙ୍କ ଘର ଭିତରୁ ବାହାରି ଆସୁଥିବା କ୍ଷୀଣାଲୋକ ହିଁ କିଛି ଦୂର ପର୍ଯ୍ୟନ୍ତ ଅନ୍ଧାରୁଆ ଗାଁ ଦାଣ୍ଡରେ ଦିଗ ନିର୍ଣ୍ଣୟ କରିବାର ଭୂମିକା ନେଉଥିଲା । ଅନ୍ଧାର ହେଲେ, ଜହ୍ନ ଆଲୁଅ କିମ୍ବା ହାତରେ ଧରିଥିବା ଟର୍ଚ୍ଚ ଆଲୁଅର ଭରସା ଥିଲା । ମୋତେ ଉଠିବା ଦେଖ୍ ନାନୀ ସୂଚାଇ ଥିଲା- “ନଈ ଆଡକୁ ଗଲେ, ଟର୍ଚ୍ଚ ନେଇ କି ଯା ।” ମୋର ଜନ୍ମ ଗାଁ'ରେ ହୋଇଥିଲା । ନାନୀର ବାହାଘର ବି ଗାଁରେ ହୋଇଥିଲା । ୨୦ ବର୍ଷ ତଳର ନାନୀଘର ଗାଁର ପଟ୍ଟଚିତ୍ରରେ ପରିବର୍ତ୍ତନର ମଳୟ ଅଦ୍ୟାବଧୂ ସ୍ପର୍ଶ କରି ନ ଥିଲା । କେବଳ ଗାଁ ଭିତରେ ସେବେ ଅଳ୍ପ କିଛି କୋଠାଘର ଦେଖା ଯାଉଥିଲା । ଆଜି ଚାଳଘର ମଝିରେ ମଝିରେ କେତେଟା ଦେଖା ଯାଉଛି, ଯାହା ସେମାନଙ୍କ ଆକାର ଅନୁସାରେ ପାଖଆଖ ଘରମାନଙ୍କ ପାଖରେ ଲୁଚି ମଧ୍ଯ ଯାଉଥିଲା । ଗାଁ ଭିତରର ମାଟି ରାସ୍ତାରେ ସିମେଣ୍ଟ ପଡ଼ି ସାରିଥିଲା । ୯୪ ଶଙ୍ଖନାଦ