ଯନ୍ତ୍ରବତ୍ ମୁଁ ବାଡ଼ ଭିତରେ ପଶିଲି । ଗୋବର ଟୋକେଇକୁ ଅଣ୍ଟା ଉପରକୁ ଉଠେଇ ସେ ଘର ଦିଗକୁ ଯିବା ପାଇଁ ଉଦ୍ୟତ ହେଲା । “ଲକ୍ଷ୍ମୀକୁ ଭୁଲିଗଲ?” ଚାଲୁ ଚାଲୁ ଅଟକି ଯାଇ ସେ ମୋତେ ଚାହିଁ ପଚାରୁଥିଲା । ଦର ହସିଲା ଆଖ୍ ଦୁଇଟି ଯେମିତି ବହୁ ଦିନର ଉଦାସ ପରେ ପ୍ରଥମ ଥର ପାଇଁ ହସିଛନ୍ତି ମନଖୋଲା ହସ । ତଥାପି ତେଜଦୀପ୍ତ ଚକ୍ଷୁ ଯୁଗଳ । ଚାହିଁ ପାରିଲିନି । ମୁହଁକୁ ଟିକିଏ ବୁଲେଇ ନେଇ କହିଲି, “ମୁଁ ତ ଜାଣି ନ ଥୁଲି, ତୁ ଏଇଠି ବାହା ହେଇଛୁ ବୋଲି । ନାନୀଘର ଗାଁ'ରେ, ତା' ଘର ପାଖରେ ।” ସେ ଆଗକୁ ବୁଲିପଡ଼ ଚାଲିବାକୁ ଲାଗିଲା । ଗୋବର ଟୋକେଇକୁ ଧରି ତା' ଅଣ୍ଟା ଗୋଟିଏ ପାଖକୁ ନଇଁ ପଡୁଥିଲା । ଡାହାଣ ପାଖକୁ ନଇଁ ନଇଁ, କିନ୍ତୁ ଜଲଦି ଜଲଦି ଚାଲୁ ଚାଲୁ ସେ କହିଲା, “ବାହା ତ ଏଇ ଗାଁ'ରେ ହିଁ ହେଇଥୁଲି । ତମେ ଜାଣିନ, ସିଏ ଅଲଗା କଥା । ଜିତୁର ବିଭାକୁ ଆସିଛ?” “ହଁ, ନାନୀ ଚିଠି ଲେଖିଲା ।” ନାନୀ ଖୁବ୍ ଅଭିମାନ କରି ଚିଠି ପୋଷ୍ଟରେ ପଠେଇଥିଲା– “ଆଉ ଏ ନାନୀ କଥା ତୋର ମନେ ପଡୁନି । ଆମ ଭିତରେ ଥିବା ରକ୍ତ-ସମ୍ପର୍କର ନାଲି ରଙ୍ଗ କ'ଣ ଏତେ ଫିକା ହେଇ ଗଲାଣି ଯେ ତୁ ଖବର ଅନ୍ତର ବି ରଖୁନୁ । ଜିତୁର ବାହାଘର ମାଘ ଶୁକ୍ଳ ନବମୀ ଦିନ । ତୋ ଅପେକ୍ଷାରେ ଆମେ ଅଛୁ । ନା, ଜିତୁକୁ ବି ଭୁଲି ଗଲୁଣି?” ତା' ପ୍ରଶ୍ନରେ ହିଁ ଉତ୍ତର ଥିଲା । ଭୁଲି ନ ଥିଲେ ବି ମୁଁ ବହୁତ କିଛି ଭୁଲିବାକୁ ଚାହୁଁ ଥିଲି । ମୋର ଅନେକ ସ୍ମୃତିର ପଦଚିହ୍ନ ସମୟର ୯୬ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୯୭
ଦେଖଣା