ଓଦା ବାଲି ଉପରେ ସମୁଦ୍ରର ଜୁଆର-ଭଙ୍ଗା ଖେଳରେ ଧୋଇ ହୋଇ ଯାଇଥିଲେ । ରାସ୍ତା ଉପରୁ ବାଡ଼ ଭିତରେ କିଛି ଦୂର ଗଲେ ମାଟିର ଉଚ୍ଚ ପିଣ୍ଡା ଉପରେ ନୁଆଁଣିଆ ଚାଳ । ପିଣ୍ଡା ଉପରକୁ ଉଠିବାକୁ ହେଲେ ଦିଟା ବଡ଼ ବଡ଼ ପଥର ଉପର ଦେଇ ଯିବାକୁ ହେବ । ଯେଉଁ ପାଖରୁ ଆମେ ଘର ଭିତରେ ପଶୁଥୁଲୁ, ତାହା ବାରି ପାଖ ଥିଲା । ଘର ମୁହଁରେ ସଜନା ଗଛ ଝଙ୍କାଳିଆ ହୋଇ ଠିଆ ହୋଇଥିଲା । ଗଛ ମୂଳରେ ବିରାଟ ମାଟି ଚଉତରା । ସଜନା ଗଛ ଓ ଅମରି ବାଡ଼ ମଝିରେ ବାଡ଼କୁ ଲାଗି ତୁଳସୀ ଚଉଁରା । ଲକ୍ଷ୍ମୀ ପଛେ ପଛେ ମୁଁ ଘର ଉପରକୁ ଉଠିଲି । ମାଟିର ଉଚ୍ଚ ପିଣ୍ଡାକୁ ଲାଗି ବନ୍ଦ ଥିବା ମୋଟା, ଗେରୁ-ରଙ୍ଗରେ ଲିପା ଯାଇଥିବା ପୁରୁଣା କାଳିଆ କାଠର ମୋଟା କବାଟକୁ ଠେଲି ସେ ଭିତରେ ପଶିଲା । ତା' ପଛେ ପଛେ ମୁଁ । ଘର ଚଟାଣରେ ଗୋବର ଟୋକେଇକୁ ରଖ୍ ମୋ ଦିଗକୁ ବୁଲି କହିଲା, “ନ ହେଲେ ତମେ ଆସି ନ ଥାନ୍ତ !” “ସେମିତି ନୁହେଁ । ମୋର ସମୟ...” ମୋ କଥାକୁ କାଟି ସେ କହିଲା, “ମୁଁ ଜାଣିଛି । ତମକୁ ସମୟର ଅଭାବ । ନାନୀ ହିଁ କହୁଥିଲେ, ତମେ ବହୁତ ବଡ଼ ଲୋକ ହେଇଗଲଣି ବୋଲି ।” ମୁଁ କିଛି କହିବା ଆଗରୁ ସେ ଘରୁ ପାହାଚ ଚଢ଼ି ଉପର ଅଗଣାକୁ ଉଠି ମୋତେ ଚାହିଁ ପୁଣି ଡାକିଲା, “ଭିତରକୁ ଆସ, କଥା ହେବା ।” ମୁଁ ଯଥାବତ୍ ତାକୁ ଅନୁସରଣ କଲି । ସିମେଣ୍ଟ ଚଟାଣ । ଖୋଲା ଅଗଣା । ମାଛି ଅନ୍ଧାର ପୂର୍ବ ଆକାଶ ଦେଖା ଯାଉଥିଲା । ଶଙ୍ଖନାଦ | ୯୭
ପୃଷ୍ଠା:Shankhanada.pdf/୯୮
ଦେଖଣା