Jump to content

ପୃଷ୍ଠା:Shankhanada.pdf/୯୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଉପରେ ଲୁହା ଜାଲି । ଗୋଟିଏ କୋଣରେ ପାଣି କୁଣ୍ଡ, ପାଖରେ ଗଦାଏ ବାସନ କୁସନ । ବିରାଟକାୟ ଅଗଣାର ଭିତର ପାଖ କାନ୍ଥକୁ ଲାଗି ଜଣେ ବୃଦ୍ଧା ଗୋଡ଼ ଲମ୍ଵେଇ ବସି ସଳିତା ବଳୁଥିଲେ । ଲକ୍ଷ୍ମୀ ସହ ମୋତେ ଅଗଣା ଭିତରେ ପଶିବା ଦେଖ୍ ପ୍ରଶ୍ନବାଚୀ ଆଖ୍ୟାରେ ମୋତେ ଦେଖ‌ିଲେ । ତାଙ୍କ ଚାହାଣୀକୁ ଦେଖ୍ ସେ କିଛି ପଚାରିବା ଆଗରୁ ହିଁ ଲକ୍ଷ୍ମୀ ଅପେକ୍ଷାକୃତ ବଡ଼ ପାଟିରେ କହିଲା, “ବାସ ନାନୀଙ୍କ ଭାଇ ହେ ମା, ଶେଖର ଭାଇ ।” ମୁଁ ଅନୁମାନ କରି ସାରିଥିଲି, ଲକ୍ଷ୍ମୀର ଶାଶୁ ନିଶ୍ଚୟ । ମୁଣ୍ଡ ନୁଆଁଇ ନମସ୍କାର କଲି । ପ୍ରତି ଉତ୍ତରରେ ସେ ଟିକେ ହସିଦେଲେ । ମୁଣ୍ଡର ଓଢ଼ଣାଟି ଟିକେ ଆଗକୁ ଟାଣି ଦେଲେ । ବହୁତ ସ୍ବାଭାବିକ ପ୍ରତିକ୍ରିୟା ତାଙ୍କର । ଗାଁ'ର ସବୁ ବୃଦ୍ଧା ସ୍ତ୍ରୀ ଲୋକମାନଙ୍କ ଭଳି ରୋଗୀଣା, ପତଳା ଚେହେରା । ଦେହରେ ବିଧବା ଲୁଗା । “ଭାଣିଜୀ ବିଭାକୁ ଆସିଥ‌ିବ । ନାଇଁ? ହଇ ହେ ପୁଅ, ତମେ ପରା ସୁରତ ପଳେଇଥିଲ । ଆମ ଗାଁ ତଳ ସାହିର ସଦା ଗଉଡ଼ ପୁଅ । ଘରେ ପିଲା, ମାଇପ । ତାଙ୍କୁ ଛାଡ଼ି ସେଇଠି ବିଭା ହେଇ ରହିଗଲା । ତା'କୁ ଜାଣିଛ?” ମୁଁ ସୁରତରେ ରହୁନି, ମୁମ୍ବାଇରେ ରହୁଛି । ତା' ଛଡ଼ା ସୁରତ କ'ଣ ଗୋଟେ ସାନ ଜାଗା ଯେ, ସମସ୍ତେ ସମସ୍ତଙ୍କୁ ଚିହ୍ନିବେ । ମୁଁ କିଛି କୈଫିୟତ ଦେବା ଆଗରୁ ଲକ୍ଷ୍ମୀ ଟିକେ ଉଚ୍ଚ ପାଟିରେ କହିଲା, “ନା, ନା, ଚିହ୍ନି ନାହାନ୍ତି ।” ପରେ ମୋତେ ଚାହିଁ ଧୀରେ କହିଲା, “ସେ ଟିକେ ଉଚ୍ଚ ଶୁଣନ୍ତି । ତମର ସବୁ କଥା କହି କି କିଛି ଲାଭ ନାହିଁ ତାଙ୍କୁ କେବଳ ଗୋଟିଏ ଜାଗା ଜଣା । ସିଏ ହେଲା, ସୁରତ ।” ଅଗଣାର ଗୋଟିଏ କୋଣରେ ଆଉଜା ହୋଇଥିବା ମସିଣାକୁ ୯୮ ଶଙ୍ଖନାଦ